ଭୁବନେଶ୍ବର: ବାତିଲ ହେଲା ଯୁକ୍ତ 2 ବଳକା ପରୀକ୍ଷା । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ବାକି ଥିବା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଆଭରେଜ୍ ମାର୍କ ଦିଆଯିବ । CBSE ନିଷ୍ପତ୍ତି ଭଳି ସ୍ଥିତି ସୁଧୁରିଲା ପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅଫ୍ ଲାଇନ୍ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି ।