ଓଡିଶା

odisha

+2 Exam: ୩ ଘଣ୍ଟା ବଦଳରେ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା ହେବ 2 ଘଣ୍ଟା

By

Published : May 3, 2022, 11:09 AM IST

ଇଣ୍ଡିଆନ ମ୍ୟୁଜିକ ପରୀକ୍ଷା 3 ଘଣ୍ଟା ବଦଳରେ 2 ଘଣ୍ଟା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ ସୁପରିଟେଣ୍ଡେଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

୩ ଘଣ୍ଟା ବଦଳରେ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା ହେବ 2 ଘଣ୍ଟା
୩ ଘଣ୍ଟା ବଦଳରେ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା ହେବ 2 ଘଣ୍ଟା

ଭୁବନେଶ୍ବର:ମେ' 13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ଦୁଇ କଳା ବିଭାଗ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା । ପରୀକ୍ଷା ସମୟରେ ତୃଟି ଦେଖା ଦେଇଥିବା ବେଳେ 3 ଘଣ୍ଟା ବଦଳରେ 2 ଘଣ୍ଟା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ ସୁପରିଟେଣ୍ଡେଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୩ ଘଣ୍ଟା ବଦଳରେ ଇଣ୍ଡିଆନ୍ ମ୍ୟୁଜିକ୍ ପରୀକ୍ଷା ହେବ 2 ଘଣ୍ଟା

ପୂର୍ବରୁ ପ୍ରକାଶିତ କାର୍ଯ୍ୟକ୍ରମ ଓ ପ୍ରଶ୍ନପତ୍ର କଭର୍ ପ୍ୟାକେଟ୍ ଉପରେ ପରୀକ୍ଷା ସମୟ 3 ଘଣ୍ଟା ରହିଛି । ସକାଳ 9 ଟାରୁ ମଧ୍ୟାହ୍ନ 12 ଟା ବୋଲି ଉଲ୍ଲେଖ ହୋଇଛି । ମାତ୍ର ଏହି ପରୀକ୍ଷାର ସମୟ ଦୁଇ ଘଣ୍ଟା ଅର୍ଥାତ୍ ସକାଳ 9 ଟାରୁ 11 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ତେଣୁ ପରୀକ୍ଷା ପରିଚାଳନା ହବ୍‌ର ସୁପରଭାଇଜର୍‌ ଓ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଜନେସ୍ ଷ୍ଟଡିସ୍ ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟ କୋର୍ଡରେ ତ୍ରୁଟି ରହିଥିବା ମଧ୍ୟ ଜଣାପଡ଼ିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details