ଭୁବନେଶ୍ବର:CHSE ପକ୍ଷରୁ ପ୍ରକାଶ ପାଇଛି ତ୍ରୈମାସିକ ପରୀକ୍ଷା ସୂଚୀ (CHSE announced quarterly examination) । ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷା ପାଇଁ ସୂଚୀ ଜାରି କରିଛି CHSE । ଏହି ପରୀକ୍ଷାରେ ୨୦ ମାର୍କ ଥିଓରୀ ଓ ୧୦ ପ୍ରାକ୍ଟିକାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ (examination schedule for plus two students) । ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ୱାଦଶ ଶ୍ରେଣୀର ପ୍ରଥମ ତ୍ରୈମାସିକ ପରୀକ୍ଷା ହେବ । ସେହିଭଳି ନଭେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ବିତୀୟ ତ୍ରୈମାସିକ ପରୀକ୍ଷା ହେବ ।
ଏହି କ୍ରମରେ ଜାନୁଆରୀ ପ୍ରଥମ ସପ୍ତାହରେ ତୃତୀୟ ତ୍ରୈମାସିକ ପରୀକ୍ଷା ଅନୁଷ୍ଠିତ ହେବ (CHSE examination schedule)। ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ । ତେବେ ସମସ୍ତ ଥିଓରୀ ପରୀକ୍ଷା ୪୫ ମିନିଟ ମଧ୍ୟରେ କରାଯିବ । ଦ୍ୱାଦଶ ଶ୍ରେଣୀର ପ୍ରଥମ ତିନୋଟି ତ୍ରୈମାସିକ ପରୀକ୍ଷା ଏବଂ ଏକାଦଶ ଶ୍ରେଣୀର ପ୍ରଥମ ତିନୋଟି ତ୍ରୈମାସିକ ପରୀକ୍ଷା ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଦ୍ୱାରା କରାଯିବ । ଏକାଦଶ ଶ୍ରେଣୀର ବର୍ଷ ଶେଷ ପରୀକ୍ଷା ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ପରୀକ୍ଷା କରାଯିବ ।