ଓଡିଶା

odisha

ETV Bharat / city

'ଭର୍ଚୁଆଲରେ ପାଳନ ହେବ ବଡ଼ଦିନ' - ଭର୍ଚୁଆଲରେ ପାଳନ ହେବ ବଡ଼ଦିନ

କୋରୋନା ମହାମାରୀ ନେଇ ଚର୍ଚ୍ଚରେ ଜମିବନି ଭିଡ । ଭର୍ଚୁଆଲରେ ପାଳନ ହେବ ବଡଦିନ । ଅଧିକ ପଢନ୍ତୁ...

ଭର୍ଚୁଆଲରେ ପାଳନ ହେବ ବଡ଼ଦିନ
ଭର୍ଚୁଆଲରେ ପାଳନ ହେବ ବଡ଼ଦିନ

By

Published : Dec 17, 2020, 7:57 PM IST

Updated : Dec 17, 2020, 8:21 PM IST

ଭୁବନେଶ୍ବର: ଆସୁଛି ବଡ ଦିନ। ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବଡଦିନକୁ ଖୁବ ଧୁମଧାମରେ ପାଳନ କରିବାକୁ ଅପେକ୍ଷା କରି ରହିଥିବା ବେଳେ ଚଳିତ ବର୍ଷ କୋଭିଡ ପାଇଁ ସବୁ ଆଶା ଆଶାରେ ହିଁ ରହିଯାଇଛି। ସମସ୍ତ ଚର୍ଚ୍ଚ ଖୋଲିବାକୁ ବିଏମସି ଅନୁମତି ଦେଇଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ବଡଦିନ ପାଳନ କରାଯିବ ।

'ଭର୍ଚୁଆଲରେ ପାଳନ ହେବ ବଡ଼ଦିନ'

ବଡ଼ଦିନ ପାଇଁ ଚର୍ଚ୍ଚ ଖୋଲା ହେବା ନିଷ୍ପତ୍ତିକୁ ଖ୍ରୀଷ୍ଟଧର୍ମାବଲମ୍ବୀ ପକ୍ଷରୁ ସ୍ବାଗତ କରାଯାଉଛି । ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଚର୍ଚ୍ଚ ଖୋଲିବା ନେଇ ସୂଚନା ଦେଇଥିବାବେଳେ ଏପଟେ ଚର୍ଚ୍ଚର ଅଧିକାରୀ ଏହାକୁ ନାପସନ୍ଦ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚ ନ ଖୋଲି ଭର୍ଚୁଆଲ ମୋଡ଼ରେ ବଡଦିନ ପାଳନ କରିବାକୁ କହିଛନ୍ତି ଭୁବନେଶ୍ବର ୟୁନିଟ-4 ଅଞ୍ଚଳରେ ଥିବା ୟୁନିୟନ ଚର୍ଚ୍ଚର ଫାଦର ।

ସେ କହିଛନ୍ତି, ଯଦି କୋରୋନା ନିୟନ୍ତ୍ରଣରେ ରହିଲା ତେବେ ଚର୍ଚ୍ଚ ଖୋଲିବା ନେଇ ଆମେ ଅନୁମତି ମାଗିବୁ । ବଡଦିନ ଭଳି ଦିନରେ ଅନେକ ଲୋକ ଚର୍ଚ୍ଚକୁ ଆସିଥାନ୍ତି । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସହ ସାଧାରଣ ହିନ୍ଦୁ ଲୋକ ମଧ୍ୟ ସାମିଲ ହୋଇଥାନ୍ତି । ତେବେ କୋଭିଡ କଟକଣାରେ ଯଦି ସୀମିତ ଲୋକଙ୍କୁ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ତେବେ ଏପରି ନକରି ସମ୍ପୂର୍ଣ୍ଣ ଭାବେ ଚର୍ଚ୍ଚକୁ ବନ୍ଦ କରି ଅନଲାଇନ ମାଧ୍ୟମରେ ପ୍ରାର୍ଥନା କରାଯିବ ଏବଂ ଯିଏ ଯାହା ଘରେ ରହି ବଡଦିନ ପାଳନ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 17, 2020, 8:21 PM IST

ABOUT THE AUTHOR

...view details