ଓଡିଶା

odisha

Chittaranjan Murder Case: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ବଢିଲା ସସପେନ୍ସ

By

Published : Dec 20, 2021, 3:53 PM IST

Updated : Dec 20, 2021, 5:11 PM IST

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ PA ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା । ପୁରୀ ମେଡ଼ିକାଲରେ ମୃତ ଚିତ୍ତରଞ୍ଜନଙ୍କ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଆଉ ରିପୋର୍ଟ ଆସିବା ପରେ ବଢିଲା ସସପେନ୍ସ । ଅଧିକ ପଢନ୍ତୁ

Sanjay Das Burma PA Murder Case : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ବଢିଲା ଦ୍ଵନ୍ଦ
Sanjay Das Burma PA Murder Case : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ବଢିଲା ଦ୍ଵନ୍ଦ

ପୁରୀ :ବ୍ରହ୍ମଗିରି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ତେବେ ପୁରୀ ମେଡ଼ିକାଲରେ ମୃତ ଚିତ୍ତରଞ୍ଜନଙ୍କ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପୁରୀ ADMOଙ୍କ କହିବା କଥା ଏହି ରିପୋର୍ଟ ପୋଲିସ ,କ୍ରାଇମବ୍ରାଞ୍ଚ , ଫୋରେନସିକ ଲ୍ୟାବକୁ ଦିଆଯାଇଛି । ଫୋରେନସିକ ଲ୍ୟାବର ରିପୋର୍ଟକୁ ପୋଷ୍ଟ ମର୍ଟମ ରିପୋର୍ଟରେ ମେଳ କରାଯିବ। ପରେ ସତ୍ୟାସତ୍ୟ ଜଣାପଡିବ । ଚିତ୍ତର ମୃତ୍ୟୁ ଦୁର୍ଘଟଣା ଜନିତ ନା ପାଣିରେ ବୁଡିକି ଅବା ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ।

Sanjay Das Burma PA Murder Case : ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ବଢିଲା ଦ୍ଵନ୍ଦ

ସେପଟେ ଏ ଘଟଣା ନେଇ ପୁରୀ ADMO ପ୍ରଣବ ଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି । ମୃତ ଚିତ୍ତରଞ୍ଜନ ପଲେଇର ଶବ ବ୍ୟବଚ୍ଛେଦ ରିପୋର୍ଟ ଦୁଇ ଜଣିଆ ଡାକ୍ତର ଟିମ ଦ୍ବାରା କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଉଲ୍ଲେଖ ରହିଛି ବୋଲି ସେ କହିଛନ୍ତି । ଏହା ଦୁର୍ଘଟଣା ଜନିତ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ସେହିପରି ପାଣିରେ ବୁଡି ଯାଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ମଧ୍ୟ ରହିଛି । ତେବେ ମୃତ୍ୟୁ ପୂର୍ବରୁ ପାଣିରେ ବୁଡିଥିଲେ, ନା ମୃତ୍ୟୁ ପରେ ପଣିରେ ବୁଡିଥିଲେ, ତାହା ସ୍ପଷ୍ଟ ହୋଇନି । ଭିସେରା, ପୋଷ୍ଟ ମଟମ ରିପୋର୍ଟ ଓ ରକ୍ତ ନମୁନା ପଠାଯାଇଛି। ଫୋରେନସିକ୍ ଟିମ ରିପୋର୍ଟ ଆସିବା ପରେ ଫାଇନାଲ ରିପୋର୍ଟ ଜଣାପଡିବ।

ସେପଟେ ସୋମବାର ଏହି ଘଟଣାରେ ଅଟକ ଥିବା ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଚିତ୍ତ ମୃତ୍ୟୁ ମାମଲାରେ ଅଟକ ଥିବା ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ୱର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ଭୁବନେଶ୍ୱରରେ ଚାଲିଛି ।

ତେବେ ଗତ 11 ତାରିଖ (ଶନିବାର) ଚିତ୍ତଙ୍କ ମୃତଦେହ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆ ନଇ ନଦୀ ପଠାରୁ ପାଣି ଭିତରୁ ମିଳିଥିଲା। ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ତେବେ ଚିତ୍ତଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା । ଏନେଇ ଏକ ସପ୍ତାହ ବିତିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏହାର ପଛରେ ଥିବା କାରଣ ଖୁଲାସା ହୋଇନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 20, 2021, 5:11 PM IST

ABOUT THE AUTHOR

...view details