ଓଡିଶା

odisha

By

Published : Dec 2, 2021, 7:19 AM IST

ETV Bharat / city

୭ ହଜାର ଟଙ୍କାର ସ୍କିମ କହି ଠକିନେଲା ୩ କୋଟି, ଅର୍ଥନୈତିକ ଅପରାଧା ଶାଖାରେ ଜମାକାରୀ

ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ ସଂସ୍ଥାର ନୂଆ ତରିକାରେ ଠକେଇ । ଜିନିଷ କିଣନ୍ତୁ ଅନ୍ୟ ପାଇଁ କିଣାନ୍ତୁ ମିଳିବ ଗ୍ରାହକ ପିଛା ପଚାଶ ଟଙ୍କା । ୭ ହଜାର ଟଙ୍କାର ଫ୍ୟାନ ବିକ୍ରି ସ୍କିମ ଆଳରେ ବାଲେଶ୍ବରରେ ଏକାଧିକ ଲୋକଙ୍କୁ ଠକିନେଲା ସଂସ୍ଥା । ଅଧିକ ପଢନ୍ତୁ

୭ ହଜାର ଟଙ୍କାର ସ୍କିମ କହି ଠକିନେଲା ୩ କୋଟି, ଅର୍ଥନୈତିକ ଅପରାଧା ଶାଖାରେ ଜମାକାରୀ
୭ ହଜାର ଟଙ୍କାର ସ୍କିମ କହି ଠକିନେଲା ୩ କୋଟି, ଅର୍ଥନୈତିକ ଅପରାଧା ଶାଖାରେ ଜମାକାରୀ

ଭୁବନେଶ୍ବର: ନୂଆ ତରିକାରେ ଚିଟଫଣ୍ଡ ଠକେଇ । ପ୍ରଥମେ ଡିଜିଟାଲ ଫ୍ୟାନ ଓ ପରେ ହୋମ ଆପ୍ଲାଇନସେସ ଆଳରେ ଠକେଇର ସ୍କିମ । ଜିନିଷ କିଣନ୍ତୁ ଅନ୍ୟ ପାଇଁ କିଣାନ୍ତୁ ମିଳିବ ଗ୍ରାହକ ପିଛା ପଚାଶ ଟଙ୍କା । ୭ ହଜାର ଟଙ୍କାର ଫ୍ୟାନ ବିକ୍ରି ସ୍କିମ ଆଳରେ ବାଲେଶ୍ବରରେ ଏକାଧିକ ଲୋକଙ୍କୁ ଠକିନେଲା ‘ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ’ ସଂସ୍ଥା । ଏପରିକି କିଛି ଲୋକଙ୍କୁ ଏଭଳି ହୋମ ଆପ୍ଲାଇନସେସର ଷ୍ଟକ୍‌ ପଏଣ୍ଟର ସ୍କିମ ଦେଖାଇ ୨୦ ଲକ୍ଷର ଜିନିଷ ନେଲେ ରିହାତିରେ ୧୦ ଲକ୍ଷରେ ମିଳିବ କହି ୧୦ ଲକ୍ଷ ଟଙ୍କା ଲୁଟିନେଲା କମ୍ପାନୀ । ଏମିତି ସ୍କିମ ଦେଖାଇ ଠକିନେଇଥିବା ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ ସଂସ୍ଥା ନାଁରେ ଏବେ ଅଭିଯୋଗ ଆସିଛି ।

୭ ହଜାର ଟଙ୍କାର ସ୍କିମ କହି ଠକିନେଲା ୩ କୋଟି, ଅର୍ଥନୈତିକ ଅପରାଧା ଶାଖାରେ ଜମାକାରୀ

ଫ୍ରାଞ୍ଚାଇଜ ଡିଲରସିପ ଆଳରେ ଠକି ନେଇଥିବା ତିନିଜଣ ଅଭିଯୋଗକାରୀ ଅର୍ଥନୈତିକ ଅପରାଧା ଶାଖାରେ ଅଭିଯୋଗ କରିଥିଲେ‌।ଅଭିଯୋଗ ଅନୁସାରେ ସେମାନଙ୍କଠୁ ଦେଢ କୋଟି ଠକିନେଇଛି କମ୍ପାନୀ । କେବଳ ସେ ନୁହନ୍ତି ତାଙ୍କ ପରି ଅନେକ ଲୋକଙ୍କଠୁ ବଡବଡ ମିଟିଂ କରି ଓ ଲୋଭନିୟ ସ୍କିମ ଦେଖାଇ ଠକିନେଇଥିବା ଅଭିଯୋଗ କରିଛନ୍ତି । ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ ସଂସ୍ଥାର ଶରତ କୁମାର‌ ନାୟକ, ପ୍ରଭାତ ରଜନ ଦାସ, ପ୍ରଶାନ୍ତ କୁମାର ମହାଳିକ, ବିଶିକେଶନ ବେହେରା ମିଶି ପାଖାପାଖି ଭଦ୍ରକ ବାଲେଶ୍ବର ଅଞ୍ଚଳରୁ ୩୦ କୋଟି ଠକି ନେଇଥିବା ଅଭିଯୋଗ ହୋଇଛି ଇଓଡବ୍ଲୁ ନିକଟରେ । ଏନେଇ ସଂସ୍ଥା ମନି ସର୍କୁଲେସନ ଓ ଡିପୋଜିଟ ସ୍କିମରେ ଠକେଇ କରିଥିବାରୁ ଚିଟଫଣ୍ଡ ସ୍କାମର ନୂଆ ତରିକା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ଚିନ୍ତା ବଢିଛି । ଏନେଇ ଇଓଡବ୍ଲୁ କ’ଣ ପଦକ୍ଷେପ ନେବ ତାହା ଦେଖିବାକୁ ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details