ଭୁବନେଶ୍ବର/ବାଲେଶ୍ବର: ଚିଟଫଣ୍ଡ ଦୁର୍ନୀତି ମାମଲାରେ ତଦନ୍ତ ବେଶ ଧୀମା ପରିଲକ୍ଷିତ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଜମାକାରୀ । ତେବେ ନିକଟରେ ତଦନ୍ତ କମିଶନଙ୍କ ପାଇଁ ଉଦ୍ଦିଷ୍ଟ ଟର୍ମସ ଅଫ୍ ରେଫରେନ୍ସରେ ସଂଶୋଧନ ହୋଇଥିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ରିପୋର୍ଟରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ରହିଥିବାରୁ କ୍ଷତିଗ୍ରସ୍ତମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ସଂଶୋଧିତ ଟର୍ମସ ଅଫ ରେଫରେନ୍ସ ଅନୁସାରେ, କମିଶନ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ କରିବେ । ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ ଅଫ ରେଫରେନ୍ସରେ ଉଲ୍ଲେଖ ରହିଥିଲା । ହେଲେ ଏବେ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ପ୍ରକୃତ ଜମାକାରୀଙ୍କ ଚିନ୍ତା ବଢି ଯାଇଛି । ସେମାନେ ଟଙ୍କା ଫେରିପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଚିଟ୍ଫଣ୍ଡ ମାମଲାରେ ଜଷ୍ଟିସ ମଦନ ମୋହନ ଦାସଙ୍କ ନେତୃତ୍ବରେ ଏବେ ତଦନ୍ତ କରାଯାଉଛି ।