ଓଡିଶା

odisha

ପୁଣି ମାଞ୍ଜା ସୂତା ଅଘଟଣ: ରାଜଧାନୀରେ କଟିଲା ୩ ଯୁବକଙ୍କ ବେକ

By

Published : Jan 11, 2022, 3:04 PM IST

ପୁଣି ମାଞ୍ଜାସୂତା ଘଟାଇଲା ଅଘଟଣ । ମାଞ୍ଜା ସୂତା ଲାଗି ରାଜଧାନୀରେ କଟିଲା ୩ଜଣଙ୍କ ବେକ । ଅଧିକ ପଢନ୍ତୁ

ରାଜଧାନୀରେ ମାଞ୍ଜା ସୁତା ଅଘଟଣ: କଟିଲା ୩ଯୁବକଙ୍କ ବେକ
ରାଜଧାନୀରେ ମାଞ୍ଜା ସୁତା ଅଘଟଣ: କଟିଲା ୩ଯୁବକଙ୍କ ବେକ

ଭୁବନେଶ୍ବର:ପୁଣି ମାଞ୍ଜା ସୂତା ଘଟାଇଲା ଅଘଟଣ । ମାଞ୍ଜା ସୂତା ଲାଗି କଟିଲା ବେକ । ଜଣେ କି ଦୁଇଜଣ ନୁହେଁ ଏକା ସଙ୍ଗେ ୩ ଜଣଙ୍କ ବେକ କଟିଛି । ସ୍କୁଟିରେ ଯାଉଥିବାବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୂତା । ଏଥର କଟକ କି ପୁରୀ ନୁହେଁ ବରଂ ଭୁବନେଶ୍ବର ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି । ଆହତ ଯୁବକ ହେଉଛନ୍ତି ନିର୍ମଳ କୁମାର‌ବେହେରା‌ ଓ ସ୍ବୟଂ ରାୟ ଚୌଧୁରୀ । ଅନ୍ୟ ଜଣେ ଆହତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ରାଜଧାନୀରେ ମାଞ୍ଜା ସୁତା ଅଘଟଣ: କଟିଲା ୩ଯୁବକଙ୍କ ବେକ

ତେବେ ନିର୍ମଳ ନାମକ ଯୁବକଙ୍କ ବେକ ଅଧିକ କଟିଥିବାବେଳେ ସ୍ବୟଂ ରାୟଙ୍କ ବେକ ଆଂଶିକ କଟିଛି । ତେବେ ମାଞ୍ଜା ସୂତା ବ୍ୟାନ ସତ୍ତ୍ବେ କିଭଳି ଲୋକ ଏପରି ବିପଦକାରୀ ଗୁଡ଼ି ସୂତା ବ୍ୟବହାର କରୁଛନ୍ତି ତାକୁ ନେଇ ସ୍ଥାନିତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ପ୍ରଶାସନ ଓ ପୋଲିସର ଅବହେଳାରୁ ଓ ଚେକିଂ ଦୁର୍ବଳ ଯୋଗୁଁ ଏପରି ଜୀବନ କ୍ଷତିକାରୀ ସାମଗ୍ରିକ ବ୍ୟବହାର କରାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details