ଓଡିଶା

odisha

ETV Bharat / city

ବଜାରରେ ବଢୁଛି ଚାଇନା ଲିଚୁ ଲାଇଟର ଚାହିଦା - dewali market demand lichu light

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି।  ଏହି ପର୍ବକୁ  ଆଖି ଆଗରେ ରଖି  ବ୍ୟବସାୟୀ ମାନେ ବଜାରରେ ଭଳିକି ଭଳି ଦିପ ସହ ବିଭିନ୍ନ ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍ ବିକ୍ରି କରିବା ଆରମ୍ଭ କରିସାରିଲେଣି । କିନ୍ତୁ  ବଜାରରେ ଚାଇନା ଲିଚୁ ଲାଇଟର ଚାହିଦା  ବେଶ୍ ଅଧିକା ଥିବା ଦେଖାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 20, 2019, 10:36 AM IST

ଭୁବନେଶ୍ବର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ସାରା ଭାରତ ସମେତ ରାଜଧାନୀ ଭୁବନେଶ୍ବର ମଧ୍ୟ ପାଳିବ ଦୀପାବଳି ପର୍ବ। ଏହି ପର୍ବକୁ ଆଖି ଆଗରେ ରଖି ବ୍ୟବସାୟୀ ମାନେ ବଜାରରେ ଭଳିକି ଭଳି ଦିପ ସହ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ୍ ବିକ୍ରି କରିବା ଆରମ୍ଭ କରିସାରିଲେଣି । କିନ୍ତୁ ବଜାରରେ ଚାଇନା ଲିଚୁ ଲାଇଟର ଚାହିଦା ବେଶ୍ ଅଧିକା ଥିବା ଦେଖାଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ତେବେ ବିଶ୍ଵାସ ରହିଛି ଦୀପାବଳି ଦିନ ଦୀପଟିଏ ଜାଳିଲେ ଅନ୍ଧାର ଉପରେ ଆଲୋକର ଜୟ ହୁଏ, ଆଉ ମାଟି ଦୀପ ଟିଏ ଜାଳିଲେ କୁମ୍ଭାର ମଧ୍ୟ ଦୁଇ ପାଇସା ନିଜର ପେଟ ପାଇଁ ପାଇଥାଏ। ହେଲେ ବର୍ତ୍ତମାନର ଆଧୁନିକତା ଯୁଗରେ ମାଟି ଦୀପର ଚାହିଦା କମିବାରେ ଲାଗିଛି। ଆଉ ବଜାରରେ ନିଜର କାୟା ବିସ୍ତାର କଲା ଭଲି ମାଳ ମାଳ ଚାଇନା ଲାଇଟ ନିକଟରେ ଲୋକଙ୍କ ଭିଡ ଜମୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details