ଭୁବନେଶ୍ବର: ଓଡିଶାରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଚୀନ । ବିଶେଷକରି ଗୃହନିର୍ମାଣ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଚାଇନା ନିଜସ୍ବ ଟେକ୍ନୋଲୋଜି ବ୍ୟବହାର କରି କମ ଖର୍ଚ୍ଚରେ ଗୃହ ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏ ନେଇ ଚାଇନାର ଏକ 9 ଜଣିଆ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର , ବାଚସ୍ପତିଙ୍କ ସହ ଆଲୋଚନା କରି ଏହି ପ୍ରସ୍ତାବ ଦେଇଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସାକ୍ଷାତ କରି ଦୀର୍ଘ ସମୟ ଧରି ବିଭିନ୍ନ ଦିଗରେ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ ।
ବାଚସ୍ପତିଙ୍କୁ ଭେଟିଲେ ଚୀନ ପ୍ରତିନିଧି ଦଳ - ଓଡିଶାରେ ଚୀନର ପୁଞ୍ଜି ନିବେଶ
ରାଜ୍ୟରେ ପୁଞ୍ଜି ଖଟାଇବ ଚୀନ । ବିଧାନସଭା ବାଚସ୍ପତିଙ୍କୁ ସାକ୍ଷାତ କରି ଦେଲେ ପ୍ରସ୍ତାବ ।
![ବାଚସ୍ପତିଙ୍କୁ ଭେଟିଲେ ଚୀନ ପ୍ରତିନିଧି ଦଳ](https://etvbharatimages.akamaized.net/etvbharat/prod-images/768-512-4399370-thumbnail-3x2-xxx.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏହାସହ ଏହି ପ୍ରତିନିଧି ମଣ୍ଡଳୀ ଓଡିଶା ବିଧାନସଭା ବୁଲି ଦେଖିଛନ୍ତି । ବାଚସ୍ପତି କହିଛନ୍ତି ପ୍ରତିନିଧି ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ