ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି । ଖୁଆଡ ନଂ 60(ଖ)ରେ ରହୁଥିବା ସିମ୍ପାଞ୍ଜି ପୂର୍ଣ୍ଣିମା ସୋମବାର ଏକ ଶାବକ ଜନ୍ମ ଦେଇଛି ।
ଜନ୍ମ ହୋଇଥିବା ନୂଆ ଶାବକକୁ ଖୁଆଡ଼ ନଂ 60 (ଖ)ରେ ରଖାଯାଇଛି । ଶାବକଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ବର୍ତ୍ତମାନ ଏହାକୁ ମିଶାଇ ସିମ୍ପାଞ୍ଜିଙ୍କ ସଂଖ୍ୟା 7କୁ ବୃଦ୍ଧି ପାଇଛି।
ନନ୍ଦନକାନନକୁ ଆସିଲା ନୂଆ ଅତିଥି, ମା’ ହେଲା ପୂର୍ଣ୍ଣିମା - chimpanzee purnima
ଖୁଆଡ ନଂ 60(ଖ)ରେ ରହୁଥିବା ସିମ୍ପାଞ୍ଜି ପୂର୍ଣ୍ଣିମା ସୋମବାର ଏକ ଶାବକ ଜନ୍ମ ଦେଇଛି । ଅଧିକ ପଢନ୍ତୁ...
![ନନ୍ଦନକାନନକୁ ଆସିଲା ନୂଆ ଅତିଥି, ମା’ ହେଲା ପୂର୍ଣ୍ଣିମା ନନ୍ଦନକାନନକୁ ଆସିଲା ନୂଆ ଅତିଥି](https://etvbharatimages.akamaized.net/etvbharat/prod-images/768-512-10636310-498-10636310-1613386412642.jpg)
ନନ୍ଦନକାନନକୁ ଆସିଲା ନୂଆ ଅତିଥି
ପ୍ରକାଶ ଥାଉକି, ବର୍ତ୍ତମାନ ଜୁଲୁ, ପୂର୍ଣ୍ଣିମା, ପମ୍ପେଟା, ରାକ୍ଷୀ, ଲକ୍ଷ୍ମୀ, ଦୁର୍ଗା ନାମକ ସିମ୍ପାଞ୍ଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ