ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ । ଝରଣା ବିଧିବଦ୍ଧ ଭାବେ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଏ ନେଇ ଆଜି ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ - ବିଜେପି ଛାଡ଼ିଲେ ଝରଣା ବାରିକ
ବିଜେପି ଛାଡି ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ । ଝରଣା ବିଧିବଦ୍ଧ ଭାବେ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ
ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ
ଦଳରେ ସେମାନଙ୍କ ସମ୍ମାନ ଓ ଆଦର ବିଜେପିଠାରୁ ଅଧିକ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ସାଂଗଠନିକ ସଭାପତି ବିଭୂତି ବଳବନ୍ତରାୟ, ଚିଲିକା ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Last Updated : Jan 18, 2022, 10:24 PM IST