ଓଡିଶା

odisha

ETV Bharat / city

ସର୍ଗିଫୁଲରେ ସାମ୍ବାଦିକତା ପାଠ ପଢିଲେ ଛାତ୍ରଛାତ୍ରୀ - Children study journalism in sargiful program

ରାଜ୍ୟ ସ୍ତରୀୟ 10ତମ ସର୍ଗିଫୁଲ କାର୍ଯ୍ୟକ୍ରମରେ ଜ୍ଞାନ ମେଳା ସହ ନାଚ, ଗୀତ, କୁଇଜ ଆଦି ଅନେକ ପ୍ରତିଯୋଗିତା ସହ ଜଣେ ଶିଶୁ କିପରି ସାମ୍ବାଦିକ ହୋଇପାରିବେ ସେ ନେଇ ଏକ ୱାର୍କସପ୍‌ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Children study journalism in sargiful program
ସର୍ଗିଫୁଲରେ ସାମ୍ବାଦିକତା ପାଠ ପଢିଲେ ଛାତ୍ରଛାତ୍ରୀ

By

Published : Dec 22, 2019, 12:57 AM IST

ଭୁବନେଶ୍ବର: ରାଜ୍ୟରେ ଚାଲିଛି ରାଜ୍ୟ ସ୍ତରୀୟ 10ତମ ସର୍ଗିଫୁଲ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରୁ 1000ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏଥିରେ ବିଜ୍ଞାନ ମେଳା ସହ ନାଚ, ଗୀତ, କୁଇଜ ଆଦି ଅନେକ ପ୍ରତିଯୋଗିତା ହେଉଥିବା ବେଳେ କିଭଳି ଜଣେ ଶିଶୁ ସାମ୍ବାଦିକ ହୋଇପାରିବେ ସେ ନେଇ ଏକ ୱାର୍କସପ୍‌ କରାଯାଇଛି ।

ସର୍ଗିଫୁଲରେ ସାମ୍ବାଦିକତା ପାଠ ପଢିଲେ ଛାତ୍ରଛାତ୍ରୀ

ଏହି ୱାର୍କସପରେ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମୋଜୋ ସାମ୍ବାଦିକତା କରିପାରିବେ ତା' ଉପରେ ଶିକ୍ଷା ପ୍ରଦାନ କରାଯାଇଛି । ତା' ସହିତ ଶିଶୁ ଅଧିକାର ଆଇନକୁ କିଭଳି କାର୍ଯ୍ୟରେ ଲଗାଯାଇପାରିବେ ସେ ଦିଗରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ତେବେ ଶନିବାର କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ଅନୁଜ କୁମାର ଦାସ ଓ ସାମ୍ବାଦିକା ଦେଵଶ୍ରୀ ବେହେରା ଯୋଗ ଦେଇ ପିଲାଙ୍କୁ ରେଡ଼ିଓ, ଟିଭି, ମୋବାଇଲ, ପ୍ରିଣ୍ଟ ସାମ୍ବାଦିକତାର ପାଠ ପଢ଼ାଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details