ଓଡିଶା

odisha

ETV Bharat / city

CORONA Vaccination: ୨୫ ଲକ୍ଷ ପିଲା ନେବେ ଟିକା, ଜାନୁଆରୀ ୧ରୁ ପଞ୍ଜୀକରଣ - ପିଲା ନେବେ ଟିକା

15 ରୁ 18 ବର୍ଷ ମଧ୍ୟରେ ପ୍ରାୟ ୨୫ ଲକ୍ଷ ୫୩ ହଜାର ପିଲାଙ୍କୁ ଦିଆଯିବ କୋରୋନା ଟିକା । ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ(registration ) କରିବାକୁ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପଣିଗ୍ରାହୀ କହିଛନ୍ତି। ଅଧିକ ପଢନ୍ତୁ

କୋରୋନା ଟିକା ପାଇଁ 15 ରୁ 18 ବର୍ଷର ପିଲାଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣ
କୋରୋନା ଟିକା ପାଇଁ 15 ରୁ 18 ବର୍ଷର ପିଲାଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣ

By

Published : Dec 27, 2021, 2:04 PM IST

Updated : Dec 27, 2021, 2:17 PM IST

ଭୁବନେଶ୍ବର: ରାଜ୍ୟରେ 15 ରୁ 18 ବର୍ଷର ପିଲାଙ୍କୁ କୋରୋନା ଟିକା ଦେବା ନେଇ ସରକାରଙ୍କ ପ୍ରସ୍ତୁତି । 15 ରୁ 18 ବର୍ଷ ମଧ୍ୟରେ ପ୍ରାୟ ୨୫ ଲକ୍ଷ ୫୩ ହଜାର ପିଲାଙ୍କୁ ଦିଆଯିବ କୋରୋନା ଟିକା(covid vaccine) । ଏଥିପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପଣିଗ୍ରାହୀ(Health &Family Welfare Director Dr. Bijay Panigrahi) କହିଛନ୍ତି।

କୋରୋନା ଟିକା ପାଇଁ 15 ରୁ 18 ବର୍ଷର ପିଲାଙ୍କୁ କରିବାକୁ ପଡ଼ିବ ପଞ୍ଜୀକରଣ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯିବ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି, ସେମାନଙ୍କୁ ମଧ୍ୟ ପ୍ରତିଷେଧକ ଡୋଜ ଦିଆଯିବ । ଏହାସହ ୭ ଲକ୍ଷ 5 ହଜାରରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦିଆଯିବ ।

ତେବେ ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ। ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ। ଏପଟେ ଅନୁମତି ପାଇଥିବା ଦୁଇଟି ଟିକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ମାର୍ଗଦର୍ଶିକା ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜୟ ପଣିଗ୍ରାହୀ।

ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି ପ୍ରତିଷେଧକ ଡୋଜ (ବୁଷ୍ଟର) ହିସାବରେ ସେହି ଟିକା ନେବା କଥା । ବର୍ତ୍ତମାନ 2600 ସେସନ ସାଇଟରେ ଟୀକାକରଣ ଚାଲିଛି। ପ୍ରତି ବ୍ଲକରେ 8 ଟି ମୋବାଇଲ ଭ୍ୟାନ ବୁଲି ଟୀକାକରଣ କରୁଛନ୍ତି । ତେବେ ପ୍ରଥମ ଡୋଜ ନେବାକୁ 29 ଲକ୍ଷ ଲୋକ ବାକି ଥିବା ବେଳେ ଦ୍ବିତୀୟ ଡୋଜ ନେବାକୁ 30 ଲକ୍ଷ ଲୋକ ବାକି ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 27, 2021, 2:17 PM IST

ABOUT THE AUTHOR

...view details