ଓଡିଶା

odisha

ETV Bharat / city

ନିୟତିର ନିଆରା ଖେଳ, ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମଦେଲେ ଗଣେଶ

ନିୟତିର ନିଆରା ଖେଳ । ବିନା ଛାତରେ ବିନା ଚିକିତ୍ସାଳୟରେ ରାସ୍ତା କଡରେ ଜନ୍ମ ନେଇଛି ଶିଶୁପୁତ୍ର। ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମ ଦେଇଥିବାବେଳେ ଅଚେତ ଅବସ୍ଥାରେ ପଡିଥିବା ଶିଶୁପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଆଶା କର୍ମୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

By

Published : Sep 2, 2019, 8:39 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ନିୟତିର ନିଆରା ଖେଳ। ବିନା ଛାତରେ ବିନା ଚିକିତ୍ସାଳୟରେ ରାସ୍ତା କଡରେ ଜନ୍ମ ନେଇଛି ଶିଶୁପୁତ୍ର। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମ ଦେଇଛନ୍ତି ଏହି ଶିଶୁପୁତ୍ରକୁ। ଜନ୍ମ ପରେ ଅଚେତ ଅବସ୍ଥାରେ ପଡିଥିବା ଶିଶୁପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଆଶା କର୍ମୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଜଣାପଡିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁପୁତ୍ର ଓ ମା’ର ଦାୟିତ୍ବ ନିଆଯାଇଛି । ଶିଶୁପୁତ୍ରଟି କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ମା’ର ମଧ୍ୟ ଚିକିତ୍ସା ଜାରି ରହିଛି।

ଏନେଇ ଖୋର୍ଦ୍ଧା ଡିସିପିଓଙ୍କୁ ଜଣାଇ ଦିଆଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି । ତେବେ ଶିଶୁପୁତ୍ରଟି ଗଣେଶ ଚତୁର୍ଥୀରେ ଜନ୍ମ ନେଇଥିବାରୁ ଚାଇଲ୍ଡ ଲାଇନ ପକ୍ଷରୁ ତା ନାଁ ଗଣେଶ ଦେବା ନେଇ ଚର୍ଚ୍ଚା ଚାଲିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details