ଓଡିଶା

odisha

ETV Bharat / city

କୋରୋନା କାଳରେ ରାଜ୍ୟରେ ବଢିଛି ଶିଶୁଙ୍କୁ ଯୌନ ଶୋଷଣ - ଶିଶୁ ନିର୍ଯାତନା

କୋରୋନା କାଳରେ ରାଜ୍ୟରେ କମୁନି ମଣିଷରୂପୀ ରାକ୍ଷସଙ୍କ ଉତ୍ପାତ । ତାଲାବନ୍ଦ କଟକଣା ଭିତରେ ସବୁକିଛି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦିରେ ମଧ୍ୟ ଝୁଲୁଛି ତାଲା । ସଙ୍କଟ ସମୟରେ ମଧ୍ୟ କମିନି ଲୋଲୁପଦୃଷ୍ଟିକାରୀ ନର ରାକ୍ଷସଙ୍କ କୋପ । ଅଧିକ ପଢନ୍ତୁ..

କୋରୋନା କାଳେ ରାଜ୍ୟରେ ବଢିଛି ଶିଶୁ ଯୌନ ଶୋଷଣ
କୋରୋନା କାଳେ ରାଜ୍ୟରେ ବଢିଛି ଶିଶୁ ଯୌନ ଶୋଷଣ

By

Published : Jul 21, 2020, 9:48 PM IST

Updated : Jul 22, 2020, 3:51 AM IST

ଭୁବନେଶ୍ବର: କୋରୋନା ସମୟରେ ରାଜ୍ୟରେ କମୁନି ଯୌନ ଶୋଷଣ । ତାଲାବନ୍ଦ କଟକଣା ଭିତରେ ସବୁକିଛି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦିରେ ମଧ୍ୟ ଝୁଲୁଛି ତାଲା । ସେପଟେ ଏହି ଘଡିସନ୍ଧି ମୁହୂର୍ତ୍ତରେ ପରିବାର ସହ ରହିବାକୁ ବାଧ୍ୟ ହୋଇଛନ୍ତି ଶିଶୁଠୁ ନାବାଳିକା । ତେବେ ସଙ୍କଟ ସମୟରେ ମଧ୍ୟ କମିନି ଲୋଲୁପଦୃଷ୍ଟିକାରୀ ନର ରାକ୍ଷସଙ୍କ କୋପ । କାହିଁକି ନା ଲକଡାଉନ ସମୟରେ ହିଁ ରାଜ୍ୟରେ ବୃଦ୍ଧି ଘଟିଛି ନାବାଳିକା ନିର୍ଯାତନା ଓ ଯୌନ ଶୋଷଣ ଭଳି ସଙ୍ଗୀନ ମାମଲା ।

କୋରୋନା କାଳେ ରାଜ୍ୟରେ ବଢିଛି ଶିଶୁ ଯୌନ ଶୋଷଣ

ସରକାରୀ ତଥ୍ୟ କହୁଛି ରାଜ୍ୟରେ କୋମଳମତି ଶିଶୁଙ୍କ ଉପରେ ବୃଦ୍ଧି ଘଟିବାରେ ଲାଗିଛି ଯୌନ ଶୋଷଣ । ଦେଶରେ ଓଡିଶା 8ମ ସ୍ଥାନରେ ରହିଥିବା ବେଳେ ଦିନକୁ ଦିନ କୁନି ଶିଶୁଙ୍କ ଉପରେ ମଧ୍ୟ ପରିବାର ସଦସ୍ୟଙ୍କ ପଡୁଛି କାଳ ନଜର । ସେପଟେ ଏହି ଘଟଣାରେ ଅନେକ ମୁହଁ ଖୋଲୁନଥିବା ବେଳେ କିଛି ସାହାସ ଜୁଟାଇ ଆଇନର ଦ୍ବାରସ୍ଥ ହୋଇଛନ୍ତି । ତଥ୍ୟ କହୁଛି ଚଳିତ ବର୍ଷ ଜାନୁଆରୀ ମାସରୁ ଜୁଲାଇ 15 ତାରିଖ ଭିତରେ ରାଜ୍ୟରେ 80ଟି ଯୌନ ଶୋଷଣ ମାମଲା ଦାଖଲ ହୋଇଛି । 2019 ମସିହାରେ ଏହି ସଂଖ୍ୟା ରହିଥିଲା 177 ।

ତେବେ ରାଜ୍ୟର ଉପକୂଳ ଅଞ୍ଚଳରେ ଯୌନ ଶୋଷଣ ହାର ଅଧିକ ରହିଥିବା ଜଣାପଡ଼ିଛି । ଏହାଛଡ଼ା ଏପରିକି କିଛି ଦିନ ତଳେ ବାଲେଶଶ୍ବରରେ ଏକ ଶିଶୁ କନ୍ୟାକୁ ନିଜ ବାପା ଯୌନ ଶୋଷଣ କରିଥିବା ନେଇ ହୋଇଥିଲା ଅଭିଯୋଗ । ଶିଶୁର ମାଆ ଅଭିଯୋଗ କରିବା ପରେ ଚାଇଲ୍ଡ ଲାଇନ ସଂଗେ ସଂଗେ ଗ୍ରହଣ କରିଥିଲା କାର୍ଯ୍ୟାନୁଷ୍ଠାନ। ଅନ୍ୟପଟେ କେନ୍ଦୁଝର, ବାଲେଶ୍ବର, ଯାଜପୁର ଓ ବୀରମିତ୍ରପୁର ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଏବଂ ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନ । ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ସରକାର ମଧ୍ୟ ଆପଣେଇଛନ୍ତି ଅନେକ ପଦକ୍ଷେପ । ରାଜ୍ୟର 5ଟି ବଡ଼ ସହର ଯଥା- କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର ଓ ରାଉରକେଲାରେ ବିଭାଗର ଅଧିକାରୀ ମାନେ 2 ମାସ ଧରି ସର୍ଭେ କରିବା ସହ ଯୌନ ଶୋଷଣର ଶିକାର ହୋଇଥିବା ଶିଶୁ ମାନଙ୍କ ତଥ୍ୟ ସଂଗ୍ରହ କରିବେ । ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଶିଶୁ ଅଧିକାରୀ ମାନେ କାଉନସିଲିଙ୍ଗ କରିବା ସହ ଶିଶୁ ମାନଙ୍କ ସହ ମିଶିବେ ଏବଂ ତଥ୍ୟ ମଧ୍ୟ ସଂଗ୍ରହ କରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 22, 2020, 3:51 AM IST

ABOUT THE AUTHOR

...view details