ଭୁବନେଶ୍ବର: ରାଜ୍ୟରେ ଶିଶୁଙ୍କ ସୁରକ୍ଷା ଓ ସଚେତନତା ବାର୍ତ୍ତା ନେଇ ଗଡ଼ିଲା ଶିଶୁ ସୁରକ୍ଷା ସଚେତନତା ରଥ । ଏହା ସମସ୍ତ ଜିଲ୍ଲାରେ ପହଞ୍ଚିବା ସହ ସଚେତନତା ବାର୍ତ୍ତା ଦେବ । ସାରା ରାଜ୍ୟରେ ବୁଲିବ ସଚେତନତା ରଥ । ପ୍ରାୟ ୪୦ ଦିନ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବା ଏହି ସଚେତନ ରଥ ।
ଏହାସହ ରାଜଧାନୀରେ ଏକ ଶିଶୁ ବିଧାନସଭା ଆୟୋଜନ କରାଯିବ । ଏଥିରେ ସାରା ରାଜ୍ୟରୁ ଶିଶୁ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଲ୍ୟ ବିବାହ, ଶିଶୁ ଶ୍ରମିକ ଏବଂ ଶିଶୁ ଯୌନ ନିର୍ଯାତନା, ଶୋଷଣ ଶିଶୁମାନଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏବଂ ସିଭିଲ ସୋସାଇଟ ସଂଗଠନ ଗୁଡ଼ିକ ମିଳିତ ଭାବେ ଉଦ୍ୟମ କରିଛନ୍ତି ।
ଏହି ସମସ୍ତ ସମସ୍ୟାକୁ ଦୂର କରିବାକୁ ହେଲେ ଲୋକମାନେ ସଚେତନ ହେବା ଆବଶ୍ୟକ । ସମସ୍ତ ପିଲାଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର, ଯେକୌଣସି ବିପଦଜ୍ଜନକ କାମରୁ ସୁରକ୍ଷିତ ରହିବାର ଅଧିକାର, ଦୁର୍ବ୍ୟବହାର ଏବଂ ଶୋଷଣର ରକ୍ଷା ପାଇବା ଅଧିକାର, ସ୍ବାଧୀନତା, ସମ୍ମାନ ଏବଂ ଅଂଶ ଗ୍ରହଣର ଅଧିକାର ଗୁଡିକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟ ରଖାଯାଇଛି। କୋଭିଡ ମହାମାରୀ କାରଣରୁ ରାଜ୍ୟରେ ପିଲାମାନଙ୍କର ପିଲାଦିନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇପଡିଛି ।
ଶିଶୁମିତ୍ର ଗ୍ରାମର ୧୦ ସୁତ୍ରୀ କାର୍ଯ୍ୟକୁ ଗୁରୁତ୍ବ:
୧-ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦକ୍ଷ ଏବଂ ପ୍ରଭାବ କାର୍ଯ୍ୟକାରିତା ।
୨- ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଏବଂ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁମାନଙ୍କର ଚିହ୍ନଟ ଏବଂ ଅନୁସନ୍ଧାନ ପାଇଁ ଗୋଷ୍ଠୀସ୍ତରୀୟ ବ୍ୟବସ୍ଥା ।
୩- ଗ୍ରାମ ପଞ୍ଚାୟତର ବାର୍ଷିକ ଶିଶୁ ସୁରକ୍ଷା ଯୋଜନା କରିବା ।