ଭୁବନେଶ୍ବର:କୋରୋନା ମହାମାରୀର ତୃତୀୟ ଲହରୀର ଟାର୍ଗେଟରେ କୋମଳମତି ଶିଶୁ ! ବୟସ୍କ, କିଶୋରଙ୍କ ପରେ ବର୍ତ୍ତମାନ ମହାମାରୀ ଶିଶୁଙ୍କୁ ଅଧିକ ଆକ୍ରାନ୍ତ ଟାର୍ଗେଟ କରୁଥିବା ଆଶଙ୍କା ବଢିଛି । କୋରୋନାର ପ୍ରଥମ ୱେଭ ବୟସ୍କ ବ୍ୟକ୍ତି, ଦ୍ବିତୀୟ ୱେଭ ଯୁବବର୍ଗ ଓ ତୃତୀୟ ୱେଭ ଶିଶୁଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଶିଶୁ ବିଶେଷଜ୍ଞ କହିଛନ୍ତି । କୋରୋନାର ପ୍ରତ୍ୟେକ ୱେଭ ସବୁବର୍ଗର ଲୋକଙ୍କୁ ଆକ୍ରାନ୍ତ କରୁଥିବା ବେଳେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଛି । ଏଥିଲାଗି ଶିଶୁଙ୍କର ଯତ୍ନ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ପ୍ରଥମ ୱେଭ ପରେ ଦ୍ବିତୀୟ ୱେଭ ନସରୁଣୁ ତୃତୀୟ ୱେଭକୁ ନେଇ ଆଶଙ୍କା । ତୃତୀୟ ଲହରରେ ଭୂତାଣୁର ଟାର୍ଗେଟରେ ରହିବେ ଶିଶୁବର୍ଗ । ଏହାକୁ ନେଇ ଶିଶୁ ବିଶେଷଜ୍ଞ ପ୍ରଭାକର ମିଶ୍ର କହିଛନ୍ତି ଯେ ଏହି ସମୟ ସବୁଠାରୁ ସମ୍ବେଦନଶୀଳ । ଏହି ସମୟରେ ଶିଶୁ ଓ କିଶୋରମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ପ୍ରଥମ ୱେଭରେ ଏଭଳି ନଜରରେ ଆସିନଥିଲା । ନିୟମକୁ ଯୁବବର୍ଗମାନେ ମାନୁନଥିବାରୁ ସଂକ୍ରମଣ ଅଧିକ ବ୍ୟାପୁଛି । ଯେହେତୁ ନୂଆ ଷ୍ଟ୍ରେନ ଆସିଛି ସେଥିପାଇଁ ଏଭଳି ଘଟିଛି । ରାଜ୍ୟରେ ସମ୍ପୂର୍ଣ୍ଣ ରୂପେ 20 ପ୍ରତିଶତ ଭାଗ ଶିଶୁ ଓ ଯୁବବର୍ଗଙ୍କ ଦେହରେ ସଂକ୍ରମଣ ଦେଖାଯାଉଛି ।
ମହାମାରୀରୁ ମୁକ୍ତି ପାଇବା ପରେ 2 ରୁ 5 ସପ୍ତାହ ମଧ୍ୟରେ ଶିଶୁ ବା ଯୁବବର୍ଗଙ୍କଠାରେ MISC ରୋଗ ଦେଖାଯାଉଛି । ଯେଉଁଠାରେ ଶ୍ବାସକ୍ରିୟା ବୃକକ, ହାର୍ଟ ରୋଗରେ ପଡ଼ି ହସ୍ପିଟାଲରେ ଆଇସିୟୁରେ ପଡୁଛନ୍ତି । ଦ୍ବିତୀୟ ୱେଭରେ ତରଳ ଝାଡା, ଜିଭ ଓ ଆଖି ନାଲି ହୋଇଯିବା, ଚର୍ମ ରୋଗରେ ପୀଡିତ ହେବା ଭଳି କୋଭିଡର ଲକ୍ଷଣ ଦେଖାଯାଉଛି । ପିଲାଙ୍କ କ୍ଷତ୍ରରେ ସମାନ ଔଷଧ ବ୍ୟବହାର କରାଯାଇପାରିବ କିନ୍ତୁ ଦରକାର ପଡ଼ିଲେ ବ୍ୟବହାର କରାଯାଇପାରିବ । ବଡ ଲୋକଙ୍କ ପାଇଁ ଆଇସିୟୁ ଦରକାର ପଡୁଛି ସେହି ଭଳି ଭାବରେ ଶିଶୁଙ୍କ ପାଇଁ ମଧ୍ୟ ଆବଶ୍ୟକତା ପଡୁଛି ।