ଓଡିଶା

odisha

ETV Bharat / city

‘2030 ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା’ - ପ୍ରିଭେନସନ ଅଫ ଚାଇଲଡ଼ ମ୍ୟାରେଜ ପ୍ରୋଗାମ

2030 ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହମୁକ୍ତ କରାଯିବ । ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଏସମ୍ପର୍କରେ ଅଧିକ ପଢନ୍ତୁ...

2030 ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା: ଟୁକୁନି ସାହୁ

By

Published : Oct 24, 2019, 7:28 PM IST

ଭୁବନେଶ୍ବର: 2030 ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହମୁକ୍ତ କରାଯିବ । ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ଗୁରୁବାର ଭୁବନେଶ୍ବରରେ ଆୟୋଜିତ ପ୍ରିଭେନସନ ଅଫ ଚାଇଲଡ଼ ମ୍ୟାରେଜ ପ୍ରୋଗାମରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଏହାସହ ବର୍ତ୍ତମାନ ରାଜ୍ୟରେ 21.3 ପ୍ରତିଶତ ବାଲ୍ୟବିବାହ ହେଉଥିବା ରିପୋର୍ଟ ଆସିଛି । ଯାହାକି ସାରା ଭାରତ ତୁଳନାରେ 5 ପ୍ରତିଶତ କମ ରହିଛି ।

2030 ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା: ଟୁକୁନି ସାହୁ

ବାଲ୍ୟ ବିବାହ ଅଟକାଇବା ପାଇଁ ଏକ ଷ୍ଟ୍ରାଟେଜି ଆକ୍ସନ ପ୍ଲାନ ତିଆରି କରାଯାଇଛି । ବିଭିନ୍ନ ସଚେତନତା ମାଧ୍ୟମରେ ବାଲ୍ୟ ବିବାହକୁ ରୋକାଯିବ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତିର ଅନେକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details