ଭୁବନେଶ୍ବର:ମଣ୍ଡପରେ ପହଞ୍ଚି ସାରିଥିଲା ବର, କନ୍ୟାକୁ ବିବାହ ବୟସ ଛୁଇଁନଥିବାରୁ ଭାଙ୍ଗିଲା ବାହାଘର। ବାଲ୍ୟ ବିବାହ ଅଭିଯୋଗରେ ବାହାଘର ଭାଙ୍ଗିଲା ଚାଇଲ୍ଡଲାଇନ। ଶେଷରେ ଘରକୁ ଫେରିଛନ୍ତି ବର ଓ ବରଯାତ୍ରୀ । ଏକୌଣସି ଉପାନ୍ତ ଅଞ୍ଚଳ ନୁହଁ ବରଂ ରାଜଧାନୀ ସ୍ଥିତ ଡୁମୁଡୁମା ଗାର୍ଡେନ ମୁନ ମଣ୍ଡପରେ ବିବାହ ବନ୍ଦ କରି ନାବାଳିକାକୁ ଉଦ୍ଧାର କରିଛି ପୋଲିସ ଓ ଚାଇଲ୍ଡ ଲାଇନ।
ମଣ୍ଡପରେ ପହଞ୍ଚି ସାରିଥିଲା ବର, କନ୍ୟାକୁ ବିବାହ ବୟସ ଛୁଇଁ ନଥିବାରୁ ଭାଙ୍ଗିଲା ବାହାଘର - ଭୁବନେଶ୍ବରରେ ବାଲ୍ୟ ବିବାହ
ବାଲ୍ୟ ବିବାହ ଅଭିଯୋଗରେ ରାଜଧାନୀ ସ୍ଥିତ ଡୁମୁଡୁମା ଗାର୍ଡେନ ମୁନ ମଣ୍ଡପରେ ବାହାଘର ଭାଙ୍ଗିଲା ଚାଇଲ୍ଡଲାଇନ । ଘରକୁ ଫେରିଲା ବର । ଅଧିକ ପଢନ୍ତୁ
ମଣ୍ଡପରେ ପହଞ୍ଚି ସାରିଥିଲା ବର, କନ୍ୟାକୁ ବିବାହ ବୟସ ଛୁଇଁନଥିବାରୁ ଭାଙ୍ଗିଲା ବାହାଘର
ସୂଚନା ଅନୁଯାୟୀ, ଅଙ୍ଗନବାଡି ତଥ୍ୟ ଆଧାରରେ କନ୍ୟା ଜଣଙ୍କ ୨୦୦୫ରେ ଜନ୍ମ ହୋଇଥିବା ବେଳେ ଘର ଲୋକେ ୨୦୦୦ ଜନ୍ମ ବର୍ଷ ଥିବା ଝିଅର ଆଧାରକାର୍ଡ ଦେଖାଇ ବାହାଘର କରିବାକୁ ଅଡି ବସିଥିଲେ । ଏନେଇ ବିବାହ ଚାଲୁଥିବା ବେଳେ ଚାଇଲ୍ଡ ଲାଇନ ଖବର ପାଇଁ ମଣ୍ଡପରେ ପହଞ୍ଚି ବିବାହ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା । ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ନାବାଳିକା ସହ ବରର ବାହାଘରକୁ ଭାଙ୍ଗିଥିଲା ପୋଲିସ ପ୍ରଶାସନ । ଏବେ ଚାଇଲ୍ଡ ଲାଇନର ତତ୍ତ୍ବାବଧାନରେ ରହିଛନ୍ତି ନାବାଳିକା ଜଣଙ୍କ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Feb 19, 2022, 4:35 PM IST