ଓଡିଶା

odisha

ETV Bharat / city

'ମୋ ପୁଅ ପରି ନଯାଉ ଆଉ କାହାର ଜୀବନ' - ମୃତ ଶିଶୁ ବାପାଙ୍କ ସଚେତନତା ବାର୍ତ୍ତା

ରାସ୍ତାରେ ଆମ୍ବୁଲାନ୍ସ ଅଟକିଯିବାରୁ ଶିଶୁ ମୃତ୍ୟୁକୁ ପୁରିଲା ବର୍ଷେ । ଭୁବନେଶ୍ୱରରେ ବାପା ବାଣ୍ଟିଲେ ସଚେତନତା ବାର୍ତ୍ତା । ଅଧିକ ପଢୁନ୍ତୁ...

'ମୋ ପୁଅ ପରି ନଯାଉ ଆଉ କାହାର ଜୀବନ'
'ମୋ ପୁଅ ପରି ନଯାଉ ଆଉ କାହାର ଜୀବନ'

By

Published : Feb 11, 2021, 10:44 PM IST

ଭୁବନେଶ୍ୱର:ଠିକ ଆଜିର ଦିନରେ ସୁସ୍ଥ ସମାଜର କିଛି ଅମାନବିକତା ପାଇଁ ଅକାଳରେ ଝଡି ଯାଇଥିଲା ଏକ ନିଷ୍ପାପ ଶିଶୁର ଜୀବନ । ଆମେ କହୁଛୁ ସେହି ନୀରିହ ଶିଶୁ ନୀଳ ନୀତିଶ ନାୟକଙ୍କ କଥା, ଯାହାର ଟ୍ରାଫିକ ଜାମ କାରଣରୁ ଡାକ୍ତରଖାନା ଯାଉଥିବା ବାଟରେ ଚାଲି ଯାଇଥିଲା ଜୀବନ । ତେଣୁ ଏପରି ଆଗକୁ ପୁନରାବୃତ୍ତି ନ ହେଉ ବୋଲି ନୀତିଶର ବାପା ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ।

'ମୋ ପୁଅ ପରି ନଯାଉ ଆଉ କାହାର ଜୀବନ'

ତେବେ ଟ୍ରାଫିକ ଜାମରେ ଆମ୍ବୁଲାନ୍ସ ଫସିଯିବାରୁ ମାତ୍ର ୬ ବର୍ଷ ଶିଶୁର ଜୀବନ ଗତବର୍ଷ ଫେବୃଆରୀ ୧୧ ତାରିଖରେ ଚାଲିଯାଇଥିଲା । ଆଜିର ଦିନକୁ ସେହି ନିଷ୍ପାପ ଶିଶୁର ବାପା ନିରୋଦ ନାୟକ ମନେପକାଇ ମୋ ପୁଅ ପରି ଆଉ କାହାର ଜୀବନ ଯେମିତି ନଯାଉ ଏହି ବାର୍ତ୍ତା ନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଜନ ସଚେତନତା କରିଥିଲେ । ଏକାମ୍ର କଲେଜର ଏନଏସଏସ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ।

ଦୟାକରି ଅସୁସ୍ଥ ଶିଶୁଙ୍କର ଚିକିତ୍ସା ଲାଗି ସୁଯୋଗ ସୃଷ୍ଟି କରନ୍ତୁ ଓ ଆମ୍ବୁଲାନ୍ସକୁ ବାଟ ଛାଡିବାରେ ଅବହେଳା ସୃଷ୍ଟି ନ କରନ୍ତୁ ବୋଲି ସଚେତନତା ମାଧ୍ୟମରେ ଅବଗତ କରିଛନ୍ତି । ମୁଁ କାହାକୁ ଦୋଷୀ ବୋଲି କହୁନାହିଁ ବାସ୍ ଏଭଳି ହୋଇପାରିଲେ ଅନେକ ଜୀବନ ବଞ୍ଚିପାରିବ ବୋଲି ନିରୋଦ କହିଛନ୍ତି ।

ଭୁବନେଶ୍ୱରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details