ଓଡିଶା

odisha

ETV Bharat / city

ଟ୍ରାଫିକ ଜାମ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା, OHRCଙ୍କ ଦ୍ବାରସ୍ଥ ହେଲେ ମାନବାଧିକାର କର୍ମୀ - bhubaneswar child death issue

ଟ୍ରାଫିକ ଜାମ ଯୋଗୁଁ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଓଏଚଆରସିଙ୍କ ନିକଟରେ ଫେରାଦ ହେଲେ ମାନବଧିକାର କର୍ମୀ ପ୍ରଦିପ୍ତ ନାୟକ । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

child death issue
OHRCଙ୍କ ଦ୍ବାରସ୍ଥ ହେଲେ ମାନବାଧିକାର କର୍ମୀ

By

Published : Feb 13, 2020, 5:11 PM IST

ଭୁବନେଶ୍ବର: ରାସ୍ତାରେ ଫସି ରହିବା ଯୋଗୁଁ ଆମ୍ବୁଲାନ୍ସରେ 5 ବର୍ଷର ଶିଶୁ ଆଖି ବୁଝିବା ଘଟଣା । ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ । ମୃତକଙ୍କ ପରିବାରକୁ 10ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିଛନ୍ତି ।

OHRCଙ୍କ ଦ୍ବାରସ୍ଥ ହେଲେ ମାନବାଧିକାର କର୍ମୀ

ରାସ୍ତାରେ ଆମ୍ବୁଲାନ୍ସ ଫସି ରହିବା ଯୋଗୁଁ ଶିଶୁ ମୃତ୍ୟୁ ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ, ସ୍ବାସ୍ଥ୍ୟ ସଚିବ, କମିଶନରେଟ ପୋଲିସ, ଟ୍ରାଫିକ ଡିସିପିଙ୍କୁ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ମାନବାଧିକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ପ୍ରଦୀପ୍ତ ନାୟକ ।

ସେ ପିଟିସନରର ଦର୍ଶାଇଛନ୍ତି, କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁ ମାନଙ୍କର ଚିକିତ୍ସାରେ ଅବହେଳା କରାଯାଉଛି । ରାଜ୍ୟରେ ଏକ ପ୍ରମୁଖ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସା ମିଳିପାରୁନାହିଁ । ଯାହାଫଳରେ ରୋଗୀମାନଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଉଛି । ନିଜର ଦୋଷକୁ ଲୁଚାଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ରାଜ୍ୟରେ ହାତ ଗଣତି ଦୁଇଟି ପ୍ରମୁଖ ହସ୍ପିଟାଲ ରହିଛି ଯାହା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଓ କଟକର ଏସିବି ମେଡିକାଲ । କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ କୌଣସି ବିଭାଗର ଡାକ୍ତର ନଥିବା ବେଳେ କୌଣସି ବିଶେଷଜ୍ଞ ବି ନାହାଁନ୍ତି । ଫଳରେ ରୋଗ ଚିହ୍ନିବାରେ ଅବହେଳା କରୁଛନ୍ତି ଡାକ୍ତର । ଅନ୍ୟପଟେ କହିଛନ୍ତି, ଟ୍ରାଫିକ ବ୍ୟବସ୍ଥା ଠିକ ନଥିବା କାରଣରୁ ଆମ୍ବୁଲାନ୍ସ ଅଟକି ଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details