ଓଡିଶା

odisha

ETV Bharat / city

ଶିଶୁକନ୍ୟାକୁ ନିର୍ଯାତନା ଦେବା ଘଟଣା, ଗିରଫ ହେଲେ ବାପା-ସାବତ ମାଆ - ସାବତ ମାଆ

7 ବର୍ଷର ଶିଶୁକନ୍ୟାକୁ ନିର୍ଯାତନା ଦେବା ଘଟଣାରେ ବାପା ଓ ସାବତ ମାଆକୁ ଗିରଫ କରିଛି ବାଲିପାଟଣା ପୋଲିସ । ଅଧିକ ପଢନ୍ତୁ...

ଶିଶୁକନ୍ୟାକୁ ନିର୍ଯାତନା ଦେବା ଘଟଣା, ଗିରଫ ହେଲେ ବାପା-ସାବତ ମାଆ
ଶିଶୁକନ୍ୟାକୁ ନିର୍ଯାତନା ଦେବା ଘଟଣା, ଗିରଫ ହେଲେ ବାପା-ସାବତ ମାଆ

By

Published : Jul 9, 2021, 4:07 PM IST

ଭୁବନେଶ୍ବର: ସାତ ବର୍ଷର ଶିଶୁକନ୍ୟାକୁ ଅକଥନୀୟ ଅତ୍ୟାଚାର ଦେବା ଘଟଣାରେ ଗିରଫ ହୋଇଛନ୍ତି ବାପା ବିଲାଲ ଖାଁ ଓ ସାବତ ମାଆ ଫାତମା ବିବି। ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ବାରହଳ ଗ୍ରାମରୁ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିପାଟଣା ପୋଲିସ । ପୋଲିସ ଗୁରୁବାର ଉଭୟଙ୍କୁ ଅଟକ ରଖିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଥିଲା ।

ଶିଶୁକନ୍ୟାକୁ ନିର୍ଯାତନା ଦେବା ଘଟଣା, ଗିରଫ ହେଲେ ବାପା-ସାବତ ମାଆ

ବାଲିପାଟଣା ବାରହଳ ଗ୍ରାମରେ ସାବତ ମା' ଶିଶୁକନ୍ୟାକୁ ଅମାନୁଷିକ ଭାବରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା । ଗରମ ପାଣି ପକାଇବା ଖାଇବାକୁ ନ ଦେଇ ଶିକୁଳିରେ ହାତ ଗୋଡ଼ ବାନ୍ଧି ରଖିବା ଆଦି ବିଭିନ୍ନ ଲୋମହର୍ଷଣକାରୀ ନିର୍ଯାତନା ଘଟଣାରେ ଶିଶୁକନ୍ୟାର ବାପା ଏବଂ ସାବତ ମା'କୁ ବାଲିପାଟଣା ପୋଲିସ ଗିରଫ କରିଛି । ଉଭୟ ମିଶି ୭ ବର୍ଷର ଶିଶୁକନ୍ୟା ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଶିଶୁକୁ ଶିକୁଳିରେ ବାନ୍ଧି ମାଡ଼ ଦେବା ସହିତ ଦେହରେ ଗରମ ପାଣି ଢାଳି ଦେଉଥିଲେ ।

ଏହା ବି ପଢନ୍ତୁ: ୭ ବର୍ଷର ନାବାଳିକାଙ୍କୁ ସାବତ ମାଆର ଅତ୍ୟାଚାର

ସାବତ ମା’ ସହ ମିଶି ବାପା ଏଭଳି ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ ଶିଶୁର ମା’। ଏଭଳି ନିର୍ଯାତନାର ଖବର ପାଇବା ପରେ କେତେକ ସାମାଜିକ କର୍ମୀଙ୍କ ସହଯୋଗରେ ବାପାଙ୍କ ପାଖରୁ ଶିଶୁକନ୍ୟାକୁ ନିଜ ମା’ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details