ଓଡିଶା

odisha

ETV Bharat / city

କୋଭିଡ ପରିଚାଳନା ପାଇଁ ଜାରି ହେଲା ଟୋଲଫ୍ରି ନଂ, 30 ମିନିଟରେ ମିଳିବ ସେବା - କୋଭିଡ ପରିଚାଳନା

ରାଜଧାନୀବାସୀଙ୍କ ପାଇଁ ଟୋଲ ଫ୍ରି ନଂ- ୧୯୨୯ । ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣରେ ବ୍ରେକ ଦେବା ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧିକ ପଢନ୍ତୁ...

କୋଭିଡ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ
କୋଭିଡ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

By

Published : Apr 16, 2021, 9:10 PM IST

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଟୋଲ ଫ୍ରି ନଂ- ୧୯୨୯ । ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣରେ ବ୍ରେକ ଦେବା ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଦୈନିକ ଟେଷ୍ଟିଂ, ଟ୍ରାକିଂ ଓ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେବାକୁ କହିଲେ ମୁଖ୍ୟ ଶାସନ ସଚିବ । ସାଧାରଣ ଲୋକଙ୍କୁ ଟେଷ୍ଟିଂ ସମ୍ପର୍କରେ ବୁଝିବାକୁ ଟୋଲ ଫ୍ରି ନମ୍ବର ଯୋଗାଯୋଗ କରିବା ପାଇଁ ଅବଗତ କରାଅ । ୧୯୨୯ ନମ୍ବରରେ ତୁରନ୍ତ ଯୋଗାଯୋଗ କରିବାକୁ ଆହ୍ଵାନ ହେଲେ ଶାସନ ସଚିବ ।

ଭୁବନେଶ୍ୱରରେ ଦୈନିକ ଟେଷ୍ଟିଂ ୩୦୦୦ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗାଯୋଗର ୨୦-୩୦ ମିନିଟ ମଧ୍ୟରେ ସେବା ଯୋଗାଇ ଦେବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।ରାଜଧାନୀରେ 33 ଟି ରାପିଡ ରେସପନ୍ସ ଟିମ ରହିଛି । ଗୃହ ସଙ୍ଗରୋଧରେ ଥିବା ପ୍ରତ୍ୟେକ ଆକ୍ରାନ୍ତଙ୍କ ଉପରେ ଦୃଷ୍ଟି ରଖିବାକୁ ତାଗିଦ କରିଛନ୍ତି । ଭୁବନେଶ୍ୱରର ସବୁ ଆକ୍ରାନ୍ତଙ୍କୁ ପ୍ରତିଦିନ ଅତି କମରେ ଥରେ ଭେଟିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details