ଓଡିଶା

odisha

ETV Bharat / city

ପ୍ରତି 3 ମାସରେ ହେବ ନୂଆପଡାର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା - Chief Secretary Suresh Chandra mohapatra

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଜିଲ୍ଲା ଗସ୍ତ ପରେ ଚଳଚଞ୍ଚଳ ପ୍ରଶାସନ । ପ୍ରତି 3 ମାସରେ ହେବ ନୂଆପଡାର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା । ଅଧିକ ପଢନ୍ତୁ...

ସୁରେଶ ଚନ୍ଦ୍ର ମହାପାତ୍ର
ସୁରେଶ ଚନ୍ଦ୍ର ମହାପାତ୍ର

By

Published : Mar 11, 2021, 10:10 AM IST

ଭୁବନେଶ୍ବର: ନୂଆପଡା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ଚଳଚଞ୍ଚଳ ହୋଇ ଉଠିଛି ପ୍ରଶାସନ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାର ଖରିଆର ଏବଂ ସିନାପାଲୀ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ଅଞ୍ଚଳରେ ହୋଇଥିବା ପିଆଜ ଚାଷ ଦେଖିବା ସହ ଚାଷୀଙ୍କ ସହିତ ସିଧାସଳଖ କଥା ହୋଇଛନ୍ତି । ଏଥି ସହ ବିଜୁ ଏକ୍ସପ୍ରେସ ହାଇ ୱେ, ଜଳସେଚନ ପ୍ରକଳ୍ପ, ପାଇପ୍ ପାନୀୟ ଜଳ ପ୍ରକଳ୍ପ, ଉଦ୍ୟାନ କୃଷି ଏବଂ କୃଷି ପ୍ରକଳ୍ପର କାର୍ଯ୍ୟକାରିତା କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ସୁରେଶ ଚନ୍ଦ୍ର ମହାପାତ୍ର

ତେବେ ପ୍ରତ୍ୟେକ ପ୍ରକଳ୍ପ ଠିକ ସମୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆପଡା ଜିଲ୍ଲାର ବିକାଶ ସରକାରଙ୍କ ଦୃଷ୍ଟିରେ ରହିଛି ଏବଂ ଜିଲ୍ଲାର ସାମର୍ଥ୍ୟର ଉପଯୋଗ କରି ଲୋକଙ୍କ ଆୟ ସ୍ତର ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସେହିପରି ପ୍ରତ୍ୟେକ 3 ମାସରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବାବଦରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ଏଥି ସହ ଉଦ୍ୟାନ କୃଷିର ବିଭିନ୍ନ ଉତ୍ପାଦନ ବିକ୍ରୟ ପାଇଁ ସିଧାସଳଖ ବଜାର ସଂଯୋଗ କୃଷକମାନଙ୍କୁ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

କ୍ଷେତ୍ର ପ୍ରଦର୍ଶନ ଏବଂ ନିୟମିତ ପ୍ରେରଣାଦାୟକ କାର୍ଯ୍ୟକ୍ରମ ମାଧ୍ୟମରେ ନଗଦ ଫସଲ ଚାଷ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆଇନଗତ ମଞ୍ଜୁରୀ ପାଇଁ ଜମି ସମ୍ବନ୍ଧୀୟ ଗ୍ରାଉଣ୍ଡ ଲେଭଲ୍ ସମସ୍ୟାର ସମାଧାନ କରାଯାଇଛି । ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ସଚିବ ଅନୁ ଗର୍ଗ, OLICର ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ଜିଲ୍ଲାର ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details