ଓଡିଶା

odisha

ETV Bharat / city

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ

ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲୋକସେବା ଭବନରୁ ଭିସି ଯୋଗେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢ଼ନ୍ତୁ...

By

Published : Jul 6, 2021, 5:16 PM IST

Updated : Jul 6, 2021, 5:35 PM IST

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲୋକସେବା ଭବନରୁ ଭିସି ଯୋଗେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ବିଭାଗୀୟ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ଆଇନ ବିଭାଗର ଅଧିକାରୀ, ପୋଲିସ ପ୍ରଶାସନ ଓ ସେବାୟତମାନେ ଉପସ୍ଥିତ ରହିଛନ୍ତିି । ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଅଛନ୍ତି । କୋଭିଡ କଟକଣା ଭିତରେ ସୁରୁଖୁରୁରେ ରଥଯାତ୍ରା କିପରି ଆୟୋଜନ ହେବ, ସେ ନେଇ ବୈଠକରେ ଆଲୋଚନା ହେଉଛି ।

ଗତବର୍ଷ ରଥଯାତ୍ରା କୋଭିଡ କଟକଣା ଭିତରେ ହୋଇଥିଲା । ଚଳିତବର୍ଷ ମଧ୍ୟ ସେହିଭଳି ଭାବରେ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ପୁରୀ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇନାହିଁ । ତେଣୁ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରା ସମାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ସ୍ନାନଯାତ୍ରା ସୁରୁଖୁରରେ ଶେଷ ହୋଇଥିବାବେଳେ ଅନୁରୂପ ଭାବରେ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ସମାପନ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 6, 2021, 5:35 PM IST

ABOUT THE AUTHOR

...view details