ଓଡିଶା

odisha

ETV Bharat / city

5T ପାଇଁ ସମସ୍ତ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି - ମୁଖ୍ୟ ଶାସନ ସଚିବ

5T କାର୍ଯ୍ୟକାରୀ ନେଇ ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି । ଖସଡ଼ା ପ୍ରସ୍ତୁତ ପାଇଁ ଶେଷ ସମୟ ସେପ୍ଟେମ୍ବର 15 ଧାର୍ଯ୍ୟ କରାଯାଇଛି ।

ଡିଜାଇନ ଫଟୋ

By

Published : Aug 23, 2019, 9:22 AM IST

ଭୁବନେଶ୍ବର: ରାଜ୍ୟରେ 5T କାର୍ଯ୍ୟକାରୀ ନେଇ ସବୁ ବିଭାଗ ଖସଡ଼ା ପ୍ରସ୍ତୁତ କରି ସାରିଲେଣି । ଯେଉଁମାନେ କରି ନାହାଁନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର 15 ଶେଷ ସମୟ ଧାର୍ଯ୍ୟ କରାଯାଇଛି । ଏ ନେଇ ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସାରିଛନ୍ତି ।

2020 ଅଗଷ୍ଟ 15 ସୁଦ୍ଧା ସବୁ ସେବା ଅନଲାଇନରେ ଉପଲବ୍ଧ ହେବ । ଯେଉଁ କର୍ମଚାରୀମାନେ ଏହା କାର୍ଯ୍ୟକାରୀ କରିବେ ସେମାନଙ୍କ ପ୍ରଦର୍ଶନ ମାପିବାକୁ ଜାନୁଆରୀ ପହିଲାରୁ ଲାଗୁ ହେବ ପଲିସି ।

ସବୁ ବିଭାଗ ବାର୍ଷିକ ବେତନ ବୃଦ୍ଧି ସମୟରେ ପ୍ରଦର୍ଶନ ମୂଲ୍ୟାୟନ ବେଳେ 5Tକୁ 20 ପ୍ରତିଶତ ନମ୍ବର ରଖାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମୋ ସରକାର ଯୋଜନାରେ ଲୋକଙ୍କ ହାତ ପାଆନ୍ତାରେ ସେବା ଯୋଗାଇବା ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି । ଅଗଷ୍ଟ 31 ସୁଦ୍ଧା ଖାରବେଳ ଭବନ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ବିଭାଗ ଗୁଡିକୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ କହିଛନ୍ତି। ସେହିପରି ଅକ୍ଟୋବର ମାସ ଶେଷ ସୁଦ୍ଧା ନିର୍ଦ୍ଦେଶାଳୟ ସବୁ ବିଭାଗ ସହ ମିଶିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details