ଭୁବନେଶ୍ବର:ବନ୍ୟା ସ୍ଥିତି ଗମ୍ଭୀର ହେବାପରେଚେତିଲେ ଛତିଶଗଡ଼ ସରକାର । ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ରାଜ୍ୟରେ ବନ୍ୟା ଅସ୍ତବ୍ୟସ୍ତ କରିବା ପରେ ଆଲୋଚନାକୁ ଫେରିଛନ୍ତି ଛତିଶଗଡ଼ ସରକାର । ଓଡିଶା ସହ ବୈଠକ ଡାକିଛନ୍ତି ଛତିଶଗଡ଼ ପ୍ରଶାସନ । ତେବେ ଆଜି ବସିବ ଓଡ଼ିଶା-ଛତିଶଗଡ଼ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ(Chief Secretary level meeting) ।
ଅପରାହ୍ନ ୪ଟାରେ ଉଭୟ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଭିସିରେ ବୈଠକ ବସିବ । ସର୍ବୋଚ୍ଚ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ନିଜ ରାଜ୍ୟରେ ଛୋଟ ବଡ଼ ବ୍ୟାରେଜ ନିର୍ମାଣ ଯୋଗୁଁ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ସମସ୍ୟାରେ ପଡି଼ବା ପରେ ହୀରାକୁଦର ଅଧିକ ଗେଟ ଖୋଲିବା ଲାଗି ଛତିଶଗଡ଼ ଓଡ଼ିଶା ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା ।