ଓଡିଶା

odisha

By

Published : Jul 15, 2021, 9:03 AM IST

ETV Bharat / city

ଆଜି ଆସିବ ନୂଆ ଗାଇଡଲାଇନ: Category-B ଜିଲ୍ଲାରେ କୋହଳ ହୋଇପାରେ କଟକଣା

ରାଜ୍ୟରେ ଯଥେଷ୍ଟ କମିଛି ଦୈନିକ ସଂକ୍ରମଣ । ଆସନ୍ତାକାଲି( ଶୁକ୍ରବାର) ଆଂଶିକ ଲଲଡାଉନ ଶେଷ ହେବାକୁ ଯାଉଛି । ଆଗକୁ କଟକଣା ହଟିବ ନା ବଳ ବତ୍ତର ରହିବ ସେ ନେଇ ଆଜି ଆସିବ ନୂଆ ଗାଇଡଲାଇନ । ଅଧିକ ପଢନ୍ତୁ...

Category-B ଜିଲ୍ଲାରେ କୋହଳ ହୋଇପାରେ କଟକଣା
Category-B ଜିଲ୍ଲାରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର:ରାଜ୍ୟରେ ତଳମୁହାଁ ରହିଛି ଦୈନିକ ସଂକ୍ରମଣ । ମେ ମାସରେ 12ହଜାର ପାର କରୁଥିବା ସଂକ୍ରମଣ ବର୍ତ୍ତମାନ 2 ହଜାରକୁ ଖସି ଆସିଛି । ରାଜ୍ୟ ସରକାରଙ୍କ ସମୟ ଥାଇ ପଦକ୍ଷେପ ଗ୍ରହଣ ସଂକ୍ରମଣ ହ୍ରାସ କରିବାରେ ସହାୟକ ହୋଇଛି । ଅନେକ ଜିଲ୍ଲା ରେଡ ଜୋନରୁ ଗ୍ରୀନ ଜୋନକୁ ଆସିଯାଇଛି । ଲକଡାଉନ ପାରେ ଆଂଶିକ ଲକଡାଉନ ବଲବତ୍ତର ରଖିଥିଲେ ସରକାର । 16 ତାରିଖ ସକାଳେ ଆଂଶିକ ଲକଡାଉନ ଅବଧି ଶେଷ ହେବ । ଆଗକୁ କଟକଣା ରହିବ କି ଅନଲକ ହେବ ସେ ନେଇ ଆଜି ନିଷ୍ପତ୍ତି ନିଆଯିବ ।

ରାଜ୍ୟରେ ପ୍ରାୟ ଜିଲ୍ଲାରେ ସଂକ୍ରମଣ କମିଛି । ହେଲେ ଖୋର୍ଦ୍ଧା ଓ କଟକରେ କମିନାହିଁ । ପାଖାପାଖି ପାଞ୍ଚ ଜିଲ୍ଲାରେ କଟକଣା ବଳବତ୍ତର ରହିବା ନେଇ ଅନୁମାନ କରାଯାଉଛି । ପୂର୍ବଥର ସଂକ୍ରଣକୁ ଦୃଷ୍ଟିରେ ରଖି 30ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଏବେ ଗ୍ରୁପ-ଏରେ 20ଟି ଜିଲ୍ଲାରେ ନାଉଟ କର୍ଫ୍ୟୁ ବଳବତ୍ତର ରହିଛି । ବି-ଗ୍ରୁପରେ ଥିବା ଜିଲ୍ଲା ଗୁଡିକରେ ଦିନ 2ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ରାତ୍ରୀ କର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ ଜାରି ରହିଛି ।

ସଂକ୍ରମଣ ହାର କମୁଥିବାରୁ କଟକଣା ହଟା ଯିବା ନେଇ ଲୋକଙ୍କ ମନରେ ଆଶା ରହିଛି । ବିଶେଷ କରି କଟକଣା କୋହଳ ହେବାକୁ ଅନାଇ ବସିଛନ୍ତି ଅନେକ ବ୍ୟବସାୟୀ । ଦ୍ବିତୀୟ ଲହର କୋପରୁ ନିସ୍ତାର ମିଳି ନଥିବା ବେଳେ ତୃତୀୟ ଲହରର ଭୟ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହୁଏତ ଅନଲକ ହୋଇ ନପାରେ ।

ଅନ୍ୟପଟେ ସରକାର ଯଦି ଭୂତାଣୁକୁ ବେଶି ନଜର ଦିଅନ୍ତ ତେବେ ଜୀବନ ଭିତରେ ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି । କଟକଣା ଯଦି ବଳବତ୍ତର ରୁହେ ତେବେ ସାଧାରଣ ଲୋକଟି ପକ୍ଷେ ଜୀବିକା ନିର୍ବାହ କଷ୍ଟକର ହୋଇପଡିବ । ରାଜ୍ୟରେ ସଂକ୍ରମଣ ହାର ଯଥେଷ୍ଟ କମିଛି । ତେଣୁ ସରକରାଙ୍କୁ ଉଭୟ ଭୂତାଣୁ ଓ ଭୋକ ଉପରେ ସମାନ ବିଚାର କରିବାର ଆବଶ୍ୟକତା ରହିଛି । ତେବେ ଜୀବନ ଓ ଜୀବିକାକୁ ସ୍ବାଭାବିକ କରିବାକୁ ଆଜି ସରକାର କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସଭିଙ୍କ ନଜର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details