ଓଡିଶା

odisha

ETV Bharat / city

5ଟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ - ନବୀନ ପଟ୍ଟନାୟକ

କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ଜରୁରୀକାଳୀନ ବୈଠକ । ସନ୍ଧ୍ୟା 5 ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଅଧିକ ପଢନ୍ତୁ...

କୋଭିଡ ସ୍ଥିତିର ସମୀକ୍ଷା
କୋଭିଡ ସ୍ଥିତିର ସମୀକ୍ଷା

By

Published : Apr 6, 2021, 4:07 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଗମ୍ଭୀର ହେଉଛି କୋଭିଡ ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଛନ୍ତି ଜରୁରୀକାଳୀନ ବୈଠକ । ସନ୍ଧ୍ୟା 5 ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ।

କୋରୋନା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ସାରା ଦେଶରେ କାୟା ବିସ୍ତାର କରୁଛି । ଅନୁରୂପ ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବୃଦ୍ଧିକୁ ଦେଖିଲେ କୋରୋନା ସ୍ଥିତି ବିଗୁଡୁଥିବା ଦେଖାଯାଇଛି । ବେକାବୁ ହେବାକୁ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି ପ୍ରାୟ 5 ଶହ ଆକ୍ରାନ୍ତ । ଲାଗୁନି ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ।

ଯାହାକୁ ନଜରରେ ରଖି ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ । ଭିସି ମାଧ୍ୟମରେ ଏହି ବୈଠକର ଅନୁଷ୍ଠିତ ହେବାକୁ ଥିବାବେଳେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡ଼ିଜି, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ଏହାସହ ବୈଠକରେ ସମସ୍ତ ଆରଡିସି, ଜିଲ୍ଲାପାଳ, ଏସପିମାନେ ଉପସ୍ଥିତ ରହିବାକୁ କୁହାଯାଇଛି । ସେହିପରି ସୀମାନ୍ତବର୍ତ୍ତି ଅଞ୍ଚଳ ସମେତ ସହରାଞ୍ଚଳ ପାଇଁ ନିଆଯାଇ ପାରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details