ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ସଫଳତା ଆଣିବ: ବିଜେଡି ବିଧାୟକ

ଦୁବାଇ ଇନଭେଷ୍ଟ ମିଟରେ ଯୋଗ ଦେଇ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳତା ମିଳିଛି ବୋଲି ଦାବି କରିଛି ଶାସକ ଦଳ ବିଜେଡି । ପ୍ରାଥମିକ ଭାବେ ପ୍ରାୟ 21 ହାଜର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପ୍ରତିଶ୍ରୁତି ମିଳିଛି । ଏହି ସୂଚନା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା । ଅଧିକ ପଢନ୍ତୁ

ବିଜେଡି ବିଧାୟକ
ବିଜେଡି ବିଧାୟକ

By

Published : Jun 30, 2022, 9:56 PM IST

ଭୁବନେଶ୍ବର: ଦୁବାଇ ଇନଭେଷ୍ଟ ମିଟରେ ଯୋଗ ଦେଇ ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳତା ମିଳିଛି ବୋଲି ଦାବି କରିଛି ଶାସକ ଦଳ ବିଜେଡି । ପ୍ରାଥମିକ ଭାବେ ପ୍ରାୟ 21 ହାଜର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପ୍ରତିଶ୍ରୁତି ମିଳିଛି । ଏହି ସୂଚନା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା ।

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ସଫଳତା ଆଣିବ: ବିଜେଡି ବିଧାୟକ

ବିଧାୟକ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଉଦ୍ଦିଷ୍ଟ । ରାଜ୍ୟର ବିକାଶକୁ ଆଗକୁ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ଅନ୍ୟତମ ସଫଳତା । ଦୁବାଇରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କ ମହଲରେ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି । ଫଳରେ ପ୍ରାୟ 21 ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି । ଯେଉଁଥିରେ ପ୍ରାୟ 19 ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବ ବ୍ୟବସ୍ଥାରେ ଏହି ସମ୍ଭାବନା ଯୋଡି ହୋଇଛି । ସାମଗ୍ରିକ ଭାବେ ଓଡ଼ିଶାର ବିକାଶକୁ ଆଗକୁ ନେବାରେ ସହାୟକ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏହା ସିଧାସଳଖ ସଫଳତା ବୋଲି କହିହେବ । ସେଆହୁରି କହିଛନ୍ତି ଯେ, ଚଳିତ ବର୍ଷ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ-2022 ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଏହା ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶର ନିବେଶକମାନଙ୍କୁ ଆମନ୍ତ୍ରିତ କରାଯାଇଛି । ସମ୍ମିଳନୀରେ ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରୟାସନ ଆଦି ଶିଳ୍ପ ଉପରେ ଫୋକସ ରହିବ । ଏହା ମଧ୍ୟ ସଫଳ ହେବ ବୋଲି ଶଶୀଭୂଷଣ ଆଶାବାଦୀ ଅଛନ୍ତି ।

ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ରହିଛି । ସ୍ଥାୟୀ ଓ ସ୍ଥିର ସରକାର ରହିଛି । ଆବଶ୍ୟକ କଞ୍ଚାମାଲ ଓ ମାନବ ସମ୍ବଳର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details