ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା; 10ଦିନ ଚାଲିବ ସ୍ପେଶାଲ ଡ୍ରାଇଭ୍, ଫୋକସରେ ପଶ୍ଚିମ ଓଡିଶା - ନିୟମ କଡାକଡି

କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

By

Published : Apr 6, 2021, 5:39 PM IST

Updated : Apr 7, 2021, 12:48 PM IST

12:32 April 07

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା; 10ଦିନ ଚାଲିବ ସ୍ପେଶାଲ ଡ୍ରାଇଭ୍, ଫୋକସରେ ପଶ୍ଚିମ ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା; 10ଦିନ ଚାଲିବ ସ୍ପେଶାଲ ଡ୍ରାଇଭ୍, ଫୋକସରେ ପଶ୍ଚିମ ଓଡିଶା

କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; 10 ଦିନ ପାଇଁ ନିୟମ କଡାକଡି କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

16:54 April 06

କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; 10 ଦିନ ପାଇଁ ନିୟମ କଡାକଡି କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର:ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ସୀମାନ୍ତରେ ବଢୁଥିବା କୋରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମ ଓଡିଶା ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମ ଓଡିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରା ମେଡିକାଲ ଷ୍ଟାଫ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କୋରୋନା ସ୍ଥିତି ସମୀକ୍ଷା କରିବା ସହ ଯଥେଷ୍ଟ ପୋଲିସ କର୍ମୀ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ 10 ଦିନ କୋରୋନା କଟକଣା ସାରା ରାଜ୍ୟରେ କଡାକଡି ପାଳନ ହେବ । ଏଥିପାଇଁ ସ୍ବତନ୍ତ୍ର ଡ୍ରାଇଭ କରିବାକୁ ଓଡିଶା ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ଅନ୍ୟପଟେ କୋରୋନା ମହାମାରୀ ଦ୍ବିତୀୟ ସଂକ୍ରମଣ ପୂର୍ବଅପେକ୍ଷା ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେବାକୁ କୁହାଯାଇଛି । ଅନ୍ୟଥା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏଥିପାଇଁ ସୁରକ୍ଷା ନିୟମକୁ କଡାକଡି ପାଳନ ପାଇଁ ଅଧିକ ପୋଲିସ ମୁତୟନ କରିବାକୁ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟ ଆସନ୍ତାକାଲି(ବୁଧବାର) 7 ତାରିଖରୁ 16 ତାରିଖ 10 ଦିନ ପର୍ଯ୍ୟନ୍ତ କୋଭିଡ ନିୟମ କଡାକଡି କରାଯିବ ବୋଲି କହିଛନ୍ତି । ଏହି ସମୟ ମଧ୍ୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ ରହିବ । ଏନେଇ ଡିଜିପି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Apr 7, 2021, 12:48 PM IST

ABOUT THE AUTHOR

...view details