ଭୁବନେଶ୍ବର: ବାତ୍ୟା 'ଫନି'ରେ ମାତ୍ରାଧିକ କ୍ଷତି ସହିଥିବା ପୁରୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସଡିଆରଏଫ)ରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍ଆରଏଫ୍) 7କୋଟି 58ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।
'ଫନି' ପ୍ରଳୟ: ପୁରୀ ପାଇଁ ଘରଭଙ୍ଗା ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ - CMRF
ରାଜ୍ୟ ବିପର୍ଯ୍ୟୟ ପାଣ୍ଠି(ଏସଡିଆରଏଫ)ରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(ସିଏମ୍ଆରଏଫ୍) 7କୋଟି 58ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଡିଜାଇନ ଫଟୋ
ଏହି ସହାୟତା ଘୋଷଣା ପରେ ପୁରୀ ଜିଲ୍ଲାରେ କ୍ଷତକ୍ଷତିର ସାମନା କରିଥିବା 8 ହଜାର ଲୋକ ଉପକୃତ ହେବେ । ଏହି ଘୋଷଣା ମୁତାବକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା 7ହଜାର 400ପରିବାରଙ୍କୁ ପ୍ରତି ଘର ପିଛା 10 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦିଆଯିବ । ସେହିଭଳି ଆଂଶିକ କ୍ଷତିଗ୍ରସ୍ତ 600 ପରିବାରଙ୍କୁ 3ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Jun 18, 2019, 10:57 AM IST