ଓଡିଶା

odisha

ଧର୍ମେନ୍ଦ୍ର କହିଲେ ଓଡିଶାର ସବୁ ଚାଷୀଙ୍କୁ ମିଳୁ ପିଏମ୍-କିଷାନ ଟଙ୍କା, ଜବାବ ରଖିଲେ ପ୍ରଣବ

By

Published : May 14, 2021, 8:21 PM IST

ଓଡିଶାର ସବୁ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇବା ନେ‍ଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅପିଲ୍ କଲେ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଏହାକୁ କାଉଣ୍ଟର କରି ବିଜେଡି ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କରିଛନ୍ତି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ଭୂମିହୀନ ଚାଷୀ, ଭାଗଚାଷୀଙ୍କୁ ସାମିଲ କରନ୍ତୁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

PM Kisan Yojana appeal by Dharmendra pradhan
ଧର୍ମେନ୍ଦ୍ର କହିଲେ, ଓଡିଶାର ସବୁ ଚାଷୀଙ୍କୁ ମିଳୁ ପିଏମ୍-କିଷାନ ଟଙ୍କା, ଜବାବ ରଖିଲେ ପ୍ରଣବ

ଭୁବନେଶ୍ବର: ଓଡିଶାର ସମସ୍ତ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଆନ୍ତୁ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଆଜି 9 କୋଟି ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରାୟ 19 ହଜାର କୋଟି ଟଙ୍କା ପିଏମ-କିଷାନ ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ରାଜ୍ୟ ସରକାରଙ୍କୁ ସମସ୍ତ ଚାଷୀ କିଭଳି ପିଏମ-କିଷାନର ଲାଭପାଇପାରିବେ ସେ ନେଇ ଦୃଷ୍ଟି ଦେବାକୁ କହିଛନ୍ତି ।

ରାଜ୍ୟରେ ଚାଷୀଙ୍କ ହିତ ପାଇଁ ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦,୫୦,୧୦୩ ଚାଷୀ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ସପ୍ତମ କିସ୍ତିରେ ୨୪,୭୦,୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ । ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭,୮୩,୨୦୯ ଚାଷୀ ଲାଭ ପାଇଛନ୍ତି ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ ଚାଷୀ ଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି । ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ । ଆଜି ପିଏମ କିଷାନ ଯୋଜନାରେ ୮ମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ପଠାଯାଇଛି । ସେପଟେ ଏହାକୁ ନେଇ ବଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଚିହିଁକି ଉଠିଛନ୍ତି । ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । କାଳିଆ ଯୋଜନା ଭଳି ପିଏମ କିଷାନରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରନ୍ତୁ ବୋଲି କେନ୍ଦ୍ରକୁ କହିଛନ୍ତି । ଏହା ଦ୍ବାରା ସମସ୍ତେ ଉପକୃତ ହେବେ ବୋଲି ପ୍ରଣବ ପ୍ରକାଶ ଦାଶ ଟ୍ବିଟ କରିଛନ୍ତି । ସୂଚନାଥାଉକି ସାରା ଦେଶର ପିଏମ କିଷାନ ଯୋଜନାରେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ପଠାଯାଇଛି । ଏହାକୁ କାଉଣ୍ଟର କରି ବିଜୁ ଜନତା ଦଳ ମଧ୍ୟ ରାଜ୍ୟରେ କାଳିଆ ଯୋଜନାରେ ରାଜ୍ୟରେ 920 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛି । ଏଥିରେ ମୋଟ 42 ଲକ୍ଷ ଚାଷୀ ଉପକୃତ ହେବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details