ଓଡିଶା

odisha

By

Published : Oct 23, 2020, 7:40 PM IST

ETV Bharat / city

ପ୍ଲାଜମା ଦାନ କଲେ 5ଶହ ପୋଲିସ କର୍ମୀ, ମୁଖ୍ଯମନ୍ତ୍ରୀଙ୍କ ପ୍ରଶଂସା

ଗୁରୁତର କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା 5ଶହ ପୋଲିସ କର୍ମୀ ପ୍ଲାଜମା ଦାନ କରିଛନ୍ତି। ଓଡ଼ିଶା ପୋଲିସର ଏହି ସମର୍ପଣକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଅଧିକ ପଢ଼ନ୍ତୁ...

ପ୍ଲାଜମା ଦାନ କଲେ 5ଶହ ପୋଲିସ କର୍ମୀ, ମୁଖ୍ଯମନ୍ତ୍ରୀଙ୍କ ପ୍ରଶଂସା
ପ୍ଲାଜମା ଦାନ କଲେ 5ଶହ ପୋଲିସ କର୍ମୀ, ମୁଖ୍ଯମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା। ଗୁରୁତର କୋରୋନା ରୋଗୀଙ୍କ ପାଇଁ ଚିକିତ୍ସା ପାଇଁ 5ଶହ ପୋଲିସ କର୍ମୀ ପ୍ଲାଜମା ଦାନ କରିଛନ୍ତି। ଏଭଳି ସଙ୍କଟ ସମୟରେ ପୋଲିସ କର୍ମୀଙ୍କ ଏଭଳି ସମର୍ପଣକୁ ମୁଖ୍ୟମନ୍ତ୍ରୀ ଭୁରିଭୁରି ପ୍ରଶଂସା କରିଛନ୍ତି।

ଓଡ଼ିଶା ପୋଲିସର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରିଛନ୍ତି ଯେ, "ପୋଲିସ କର୍ମୀଙ୍କ ଏଭଳି ସମର୍ପଣକୁ ପ୍ରଶଂସା ଯୋଗ୍ୟ। ଏଭଳି ସଙ୍କଟ ସମୟରେ କୋଭିଡ ଯୋଦ୍ଧାଙ୍କ ପ୍ଲାଜମା ଦାନ ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇଛି। ପୋଲିସ କର୍ମୀଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣାର ଉତ୍ସ ହୋଇପାରିବ। ଅନ୍ୟମାନଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଓ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବ।"

ପ୍ଲାଜମା ଦାନ କଲେ 5ଶହ ପୋଲିସ କର୍ମୀ, ମୁଖ୍ଯମନ୍ତ୍ରୀଙ୍କ ପ୍ରଶଂସା

ବର୍ତ୍ତମାନ ସୁଦ୍ଧା 5ଶହ ପୋଲିସ କର୍ମୀ ପ୍ଲାଜମା ଦାନ କରିଥିବା ନେଇ ପୋଲିସ ଡିଜି ଟ୍ବିଟ କରି ସୂଚନା ଦେଇଥିଲେ। ଏଭଳି ଟ୍ବିଟ କରି ପ୍ଲାଜମା ଦାନ କରିଥିବା ସମସ୍ତ ପୋଲିସଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପୋଲିସ ଡିଜିଙ୍କ ଟ୍ବିଟ ପରେ ମୁଖ୍ୟମନ୍ତ୍ରୀ ପୋଲିସମାନଙ୍କୁ ସାଧୁବାଦ ଜଣାଇଥିଲେ।

ପୋଲିସ ଡିଜି ଟ୍ବଟ କରି କହିଥିଲେ ଯେ, "ବର୍ତ୍ତମାନ ସୁଦ୍ଧା 5ଶହ ପୋଲିସ କର୍ମୀ ପ୍ଲାଜମା ଦାନ କରିଛନ୍ତି। ଓଡ଼ିଶାବାସୀଙ୍କ ସେବାରେ ପୋଲିସ ସର୍ବଦା ତତ୍ପର ରହିଛି। ଲୋକଙ୍କୁ ସେବା କରିବା ସେବା କରିବା ସଂକଳ୍ପ ନେଇ ଆମେ ଏହି କାର୍ଯ୍ୟରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛୁ।"

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ସୁଦ୍ଧା ଏଯାଏଁ କୋରୋନାର ସମ୍ପୁର୍ଣ୍ଣ ମୂଳପୋଛ ହୋଇନାହିଁ। ଗୁରୁତର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ବିଶେଷ ଭାବରେ ସହାୟକ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details