ଓଡିଶା

odisha

ETV Bharat / city

Covid Review Meeting: ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ - ଭୁବନେଶ୍ବର ଖବର

ଆଜି ସନ୍ଧ୍ୟାରେ କୋଭିଡ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେସିଂ ମାଧ୍ୟରେ ଏହି ବୈଠକ ଆୟୋଜିତ ହେବ । ଅଧିକ ପଢ଼ନ୍ତୁ

Naveen Covid review meeting: କୋଭିଡ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ
Naveen Covid review meeting: କୋଭିଡ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

By

Published : Dec 1, 2021, 3:22 PM IST

Updated : Dec 1, 2021, 9:06 PM IST

ଭୁବନେଶ୍ବର:ଆଜି(ବୁଧବାର) ସନ୍ଧ୍ୟାରେ କୋଭିଡ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Pattnaik Covid Review meeting) । ଭିଡିଓ କନ୍‌ଫରେସିଂ ମାଧ୍ୟରେ ଏହି ବୈଠକ ଆୟୋଜିତ ହେବ । ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମ୍ଭାବ୍ୟ ତୃତୀୟ ଲହର ଓ ବିଭିନ୍ନ ଦେଶରେ ନୂଆ କୋଭିଡ ଭାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ସବୁ ଦେଶଙ୍କୁ ମଧ୍ୟ ସତର୍କ କରାଇଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି ।

ଗତ କିଛିଦିନ ହେଲା ଇଉରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

ପ୍ରଥମରୁ ହିଁ ଓଡିଶା ଏହି ମହାମାରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଛି । ବର୍ତ୍ତମାନ ପରିସ୍ଥିତିର ମଧ୍ୟ ରାଜ୍ୟ ସଫଳତାର ସହ କୋଭିଡ ମୁକାବିଲା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସଂଶ୍ଲିଷ୍ଟ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

କୋଭିଡ ନିୟମର ଯେପରି କଡାକଡ଼ି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ । ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମି ସୁଦୃଢ଼ ରହିଛି । ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଞ୍ଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନୂଆ ରୋଗୀ ମାନଙ୍କର ଜିନୋମ (Genome Sequencing) ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ବିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି । ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।

କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବାକୁ ପଡିବ । Oxygen Supply chainକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି । ଘରୋଇ ହସ୍ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ବର୍ତ୍ତମାନ ପୁଣି ଆଉ ଏକ ରୂପ ଧାରଣ କରି ଭୟାନକ ହୋଇଛି କୋରୋନା ଭୂତାଣୁ । ଯଦିଓ ଏଯାଏଁ ଏହି ନୂଆ ଷ୍ଟ୍ରେନ୍‌ରେ (omicron variant fear) ଭାରତରେ କେହି ସଂକ୍ରମିତ ହୋଇ ନାହାନ୍ତି, ଏହାସତ୍ତ୍ବେ ସମସ୍ତ ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଆଜିର ବୈଠକ ପରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି ।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ କୋଭିଡ ନୂଆ ଷ୍ଟ୍ରେନ ଅଧିକ ଭୟାନକ ବୋଲି ଆଲୋଚନା ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ଏହାକୁ ନେଇ ସଜାଗ ରହିଛି । ଏହି କ୍ରମରେ ବିଦେଶରେ କୋଭିଡ ଭୟାଭହତାକୁ ଦେଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 1, 2021, 9:06 PM IST

ABOUT THE AUTHOR

...view details