ଓଡିଶା

odisha

ETV Bharat / city

ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଶାନ୍ତିଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କ ସମେତ ପୁରୀ ଜିଲ୍ଲା ପଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

By

Published : Jun 23, 2020, 5:59 PM IST

ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ ଶେଷ ହୋଇଛି ମହା ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଶ୍ରୀଜୀଉଙ୍କ ତିନି ରଥ ଆସି ଶରଧାବାଲିରେ ଲାଗି ସାରିଛି । ତେବେ କୋଭିଡର ସମସ୍ତ ନିୟମ ମାନି ଶାନ୍ତିଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କ ସମେତ ପୁରୀ ଜିଲ୍ଲା ପଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ଶ୍ରୀଗୁଣ୍ଡିଚା ଯାତ୍ରାରେ ସହଯୋଗ କରିଥିବାରୁ ପୁରୀର ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଏହା ପୂର୍ବରୁ ରଥ ଟଣା ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ନିଜ ଅଫିସରେ ମହାପ୍ରଭୁଙ୍କୁ ଟିଭି ମାଧ୍ୟମରେ ଦର୍ଶନ କରି ପ୍ରଣାମ ଜଣାଇଛନ୍ତି ।

ପବିତ୍ର ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ପୁରୀ ଯାଇ ରଥଯାତ୍ରା ଦେଖିଥାନ୍ତି । ହେଲେ ଚଳିତ ବର୍ଷ କୋରୋନା ଯୋଗୁଁ ସୁପ୍ରିମକୋର୍ଟଙ୍କ ରାୟକୁ ମାନି ସିଏମ୍‌ ନିଜ ଅଫିସରେ ବସି ଏଲଇଡି ମଧ୍ୟମରେ ରଥଯାତ୍ରା ଉପଭୋଗ କରିଛନ୍ତି ।

ଭୁବନଏଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details