ଓଡିଶା

odisha

ETV Bharat / city

‘ଝିଣ୍ଟିକା ମାରି ବଣି ପୋଷୁଛନ୍ତି ନବୀନ ସରକାର’ - ଦୁର୍ନୀତି ଅଭିଯୋଗ

ଦୁର୍ନୀତିକୁ ଲୁଚାଇବାକୁ ଏପରି କାର୍ଯ୍ୟ । ତଳିଆ ଅଫିସରଙ୍କ ଉପରେ ନିଆଯାଉଛି ପଦକ୍ଷେପ । କିନ୍ତୁ ବଡ ବଡ଼ିଆ ବାବୁଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ରାଜ୍ୟ ସରକାର । ଏହା ଲୋକଦେଖାଣିଆ ବୋଲି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିରୋଧ ବିଜେପି ଓ କଂଗ୍ରେସ ।

ଡ଼ିଜାଇନ୍ ଫଟୋ

By

Published : Aug 18, 2019, 8:04 PM IST

ଭୁବନେଶ୍ବର: ଦୁର୍ନୀତିକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ୧୫ ଜଣଙ୍କୁ ବହିଷ୍କାର କରିଥିବା ବେଳେ ୨ ଜଣଙ୍କ ପେନସନ ବନ୍ଦ କରିଛନ୍ତି । ହେଲେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧି ମାନିବାକୁ ନାରାଜ। ଝିଣ୍ଟିକା ମାରି ବଣି ପୋଷିବା କଥା ସହିତ ତୁଳନା କରିଛନ୍ତି ବିରୋଧୀ । ତଳ ତଳିଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। କିନ୍ତୁ ବଡ ବଡିଆ ବାବୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧି ।

‘ଝିଣ୍ଟିକା ମାରି ବଣି ପୋଷୁଛନ୍ତି ନବୀନ ସରକାର’

୨୦୧୦ ରୁ ୨୦୧୯ ଭିତରେ ୨୩୮ ଜଣ ହ୍ବାଇଟ କଲାର ବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । ସେଥିରେ ୧୧ ଅଇଏଏସ ଅଫିସର ଏବଂ ୨୨୭ ଜଣ ଓଏସ ଅଫିସର ଅଛନ୍ତି। ଏପରିକି କିଛି ଅବସର ବି ନେଇ ଗଲେଣି। କିନ୍ତୁ ଏବେ ବି ସେମାନଙ୍କ ଦୁର୍ନୀତି ଫାଇଲ ଗଡୁଛି । ସେମାନଙ୍କ ଉପରେ ସରକାରଙ୍କ କୌଣସି ପଦକ୍ଷେପ ନଥିବା ଉଦାହରଣ ଦେଇଛନ୍ତି ବିରୋଧି ।

ସରକାରଙ୍କ ଏହି ନିଷ୍ପତି ଲୋକ ଦେଖାଣିଆ । ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଦିନ ପରେ ଦିନ ଗଡି ଚାଲିଛି। ମାମଲା ଫଇସଲା ହେଲା ବେଳକୁ ସରକାରୀ ଅଧିକାରୀମାନେ ଅବସର ନେଉଛନ୍ତି । ଏପରି ଅଭିଯୋଗ ବିରୋଧି କରୁଥିବାବେଳେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହାକୁ ଖଣ୍ଡନ କରିଛନ୍ତି । ଏବେ ପଞ୍ଚମ ପାଳି ସରକାରରେ ଫାଇଭ୍‌ ଟି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details