ଓଡିଶା

odisha

ETV Bharat / city

ନମୁନା ପରୀକ୍ଷାରେ ଆଗୁଆ ଓଡିଶା, ଧନ୍ୟବାଦ ଜଣାଇଲେ ନବୀନ - naveen congratulated for covid test

ରାଜ୍ୟରେ କୋରୋନା ସଂକ୍ରମଣର ଦୃଢ ମୁକାବିଲା କରୁଛି ଓଡିଶା । ଗୋଟିଏ ଦିନରେ 50 ହଜାର ପରୀକ୍ଷା କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ନମୁନା ପରୀକ୍ଷାରେ ଆଗୁଆ ଓଡିଶା, ଧନ୍ୟବାଦ ଜଣାଇଲେ ନବୀନ
ନମୁନା ପରୀକ୍ଷାରେ ଆଗୁଆ ଓଡିଶା, ଧନ୍ୟବାଦ ଜଣାଇଲେ ନବୀନ

By

Published : Aug 18, 2020, 10:10 AM IST

ଭୁବନେଶ୍ବର: କୋଭିଡ ନମୁନା ପରୀକ୍ଷାରେ ଆଗୁଆ ଓଡିଶା । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ପାଇଥିବାରୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପ୍ରତି 10 ଲକ୍ଷ ଲୋକରେ 1069 ପରୀକ୍ଷା କରାଯାଉଛି, ଯାହା ଦେଶର ପ୍ରଥମ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ପରୀକ୍ଷା କରାଯାଉଛି । ଜୀବନ ବଞ୍ଚାଇବା ପାଇଁ ଏହି ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ଅଗଷ୍ଟ 16 ତାରିଖ ଦିନ ରାଜ୍ୟରେ 50 ହଜାର 421 କୋଭିଡ ଟେଷ୍ଟିଂ କରାଯାଇଛି । ଦେଶରେ ସର୍ବାଧିକ ନମୁନା ପରୀକ୍ଷଣରେ ଓଡିଶାର ସ୍ଥାନ ଚତୁର୍ଥରେ ପହଞ୍ଚିଛି । ଓଡିଶା ଉପରକୁ କର୍ଣ୍ଣାଟକ, ବିହାର, ତାମିଲନାଡୁ ଓ ଉତ୍ତରପ୍ରଦେଶ ରହିଛି ।

ଗତକାଲିର ରିପୋର୍ଟ ମୁତାବକ, ରାଜ୍ୟରେ ଗୋଟିଏ ଦିନରେ 2244 ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି 10 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 353 ରେ ପହଞ୍ଚିଛି । ଗଞ୍ଜାମରେ ସର୍ବାଧିକ ମାମଲା 15 ହଜାର ଟପି ଯାଇଛି । ଖୋର୍ଦ୍ଧାରେ 3 ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details