ଓଡିଶା

odisha

ETV Bharat / city

ଶେଷ ହେଲା କ୍ୟାବିନେଟ ବୈଠକ, 11ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

Chief Minister Naveen pattnaik approved 11 proposals in  cabinet meeting
ଶେଷ ହେଲା କ୍ୟାବିନେଟ ବୈଠକ,11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

By

Published : Jun 9, 2021, 7:25 PM IST

Updated : Jun 9, 2021, 8:24 PM IST

19:23 June 09

ଶେଷ ହେଲା କ୍ୟାବିନେଟ ବୈଠକ,11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଶେଷ ହେଲା କ୍ୟାବିନେଟ ବୈଠକ, 11ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶେଷ ହେଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ମୋଟ 11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ଭର୍ଚ୍ଚୁଆଲରେ ଯୋଗ ଦେଇ ବହୁ ଗରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅର୍ଥ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମ୍ବନ୍ଧୀୟ 11 ଟି ପ୍ରମୁଖ ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ ।

ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପଶ୍ଚିମ ଓଡ଼ିଶାର 4ଟି ଉନ୍ନତ ସଂଯୋଗ ପାଇଁ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଏବଂ ସମ୍ପ୍ରସାରଣ ନିଷ୍ପତ୍ତି ନିଆଯାଇଛି । ନୂଆପଡା କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ହେବ 4 ଲେନ । ଏହି ରାସ୍ତା ସମଗ୍ର ଅଞ୍ଚଳରେ ଅର୍ଥନୈତିକ ଏବଂ ଶିଳ୍ପ ବିକାଶକୁ ବୃଦ୍ଧି କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2021, 8:24 PM IST

For All Latest Updates

ABOUT THE AUTHOR

...view details