ଓଡିଶା

odisha

ETV Bharat / city

କେନ୍ଦ୍ର ଦେଉନି ଟଙ୍କା, ବ୍ୟାଙ୍କ ଋଣ ସହ ସୁଧରେ ବୁଡି ରହିଛି ଯୋଗାଣ ନିଗମ - ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ବାକି ଥିବା ଧନ କିଣା ସବସିଡି ତୁରନ୍ତ ପ୍ରଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 28, 2019, 8:48 PM IST

ଭୁବନେଶ୍ବର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ବାକି ଥିବା ଧନ କିଣା ସବସିଡି ତୁରନ୍ତ ପ୍ରଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର କରିଥିବା ଚୁକ୍ତି ମୁତାବକ କେନ୍ଦ୍ର ସରକାର ପ୍ରତି ତ୍ରୈମାସର ପ୍ରଥମ ମାସରେ ସବସିଡି ବାବଦ ଅଗ୍ରୀମ ଅର୍ଥ ରାଶି ଦେବା କଥା । ହେଲେ 2017-18ରୁ କେନ୍ଦ୍ର ଏଥିରେ ଅନିୟମିତତା କରୁଛି ।

ଫଳରେ ଓଡିଶା ଯୋଗାଣ ନିଗମ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି । ଏହି ସଂସ୍ଥା ଉପରେ 2 ହଜାର 123 କୋଟି ଟଙ୍କା ବୋଝ ହେଲାଣି । ସେପ୍ଟେମ୍ବର 30ରେ ଶେଷ ହେବାକୁ ଥିବା ତ୍ରୈମାସରେ ଅଗ୍ରୀମ ସବସିଡି ଅର୍ଥରାଶି 1ହଜାର 345 କୋଟି ଟଙ୍କା ହେବ ବୋଲି ଚିଠିରେ ଲେଖାଯାଇଛି ।

ଅର୍ଥ ଦେବାରେ ବିଳମ୍ବ ହେବା ଯୋଗୁଁ ବ୍ୟାଙ୍କ ଋଣ ଭାର ଓ ସୁଧରେ ବୁଡି ରହିଛି ଯୋଗାଣ ନିଗମ। ଯେହେତୁ କେନ୍ଦ୍ର ଅର୍ଥ ଦେବାରେ ବିଳମ୍ବ କରୁଛି ତେଣୁ ସୁଧ ବାବଦ ଅର୍ଥ କେନ୍ଦ୍ର ଭରଣା କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବକେୟା ଅର୍ଥ ସୁଧ ସହିତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details