ଭୁବନେଶ୍ବର: ଟିକା ନେଇଥିବା ସ୍ଵାସ୍ଥ୍ୟକର୍ମୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟକର୍ମୀଙ୍କୁ କହିଛନ୍ତି, ଆପଣଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁ ନାହିଁ । ‘2021 ଆମ ସମସ୍ତଙ୍କ ପାଇଁ ଭଲ ଖବର ନେଇ ଆସିଛି। ଅପେକ୍ଷାର ଆଜି ଅନ୍ତ ଘଟିଛି। ବହୁତ ଖୁସି ଯେ, କୋଭିଡ ପାଇଁ ଟୀକାକରଣ ଆରମ୍ଭ ହୋଇଛି। 10 ମାସ ଧରି କୋଭିଡ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରିଆସୁଛନ୍ତି । ତେବେ ସ୍ବାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗକୁ କେବେ ଭୁଲିପାରିବୁ ନାହିଁ । ଟୀକାକରଣ ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । ତେବେ ଏଥିପାଇଁ ଆପଣଙ୍କ ସହଯୋଗ କାମନା କରୁଛି’ ବୋଲି ଭିଡିଓ କନଫରେସନ୍ସ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାସହ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାସହ ରାଜ୍ୟର ୧୬୨ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।