ଓଡିଶା

odisha

ETV Bharat / city

ପବିତ୍ର ବିଜୟାଦଶମୀରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ପବିତ୍ର ବିଜୟା ଦଶମୀ

ଆଜି ପୀଠରେ ପବିତ୍ର ବିଜୟା ଦଶମୀ ତଥା ଦଶହରା ପାଳନ କରାଯାଉଛି । ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

ପବିତ୍ର ବିଜୟା ଦଶମୀରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ପବିତ୍ର ବିଜୟା ଦଶମୀରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Oct 26, 2020, 10:55 AM IST

ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ ତଥା ଦଶହରା । ନଅ ଦିନ ଧରି ଧରାପୃଷ୍ଠରେ ମା’ଙ୍କ ନବରାତ୍ରୀ ପୂଜା ପରେ ଆଜି ଦଶଭୂଜାରେ ଦର୍ଶନ ଦେଉଛନ୍ତି । ଏନେଇ ସମସ୍ତ ପୀଠରେ ମନ୍ତ୍ରପାଠରେ ପ୍ରକମ୍ପତି ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟ କରି ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମା’ ଦୁର୍ଗାଙ୍କ ଆଶୀର୍ବାଦରରୁ ପ୍ରତି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ସମସ୍ତ ପୂଜା ମଣ୍ଡପରେ ଦଶମୀ ପୂଜାର୍ଚ୍ଚନା କରାଯାଉଛି । କୋରୋନା ସଂକ୍ରମଣ ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କେବଳ ପୂଜା କରାଯାଉଥିବାବେଳେ ମା’ଙ୍କ ଦର୍ଶନ କରିବାରୁ ଭକ୍ତଙ୍କୁ ବାରଣ କରାଯାଇଛି । ଅସତ୍ୟ ଉପରେ ସତ୍ୟ ଜୟ ଓ ଅଧର୍ମ ଉପରେ ଧର୍ମର ବିଜୟକୁ ପ୍ରତିବର୍ଷ ବିଜୟା ଦଶମୀରେ ରାବଣରେ ପୋଡି ଉତ୍ସବ କରାଯାଇଥାଏ । ତେବେ ଚଳିତ ବର୍ଷ ତାହା ମଧ୍ୟ ଫିକା ପଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details