ଓଡିଶା

odisha

ETV Bharat / city

ଜେଟଲୀଙ୍କ ନିଧନ: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ତାଙ୍କ ବିୟୋଗରେ ଟ୍ବିଟ କରି ଦୁଃଖ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫାଇଲ ଫଟୋ

By

Published : Aug 24, 2019, 2:37 PM IST

ଭୁବନେଶ୍ବର: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଅରୁଣ ଜେଟଲୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଦୁଃଖରେ ସାରା ଦେଶ ମର୍ମାହତ ହୋଇ ପଡିଛି । ପ୍ରବୀଣ ଆଇନଜ୍ଞ ଓ ବରିଷ୍ଠ ଅର୍ଥନୀତି ବିଶାରଦ ସହ ଭାରତୀୟ ଜନତା ପାର୍ଟିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଜେଟଲୀ । ତେବେ ତାଙ୍କ ବିୟୋଗରେ ଟ୍ବିଟ କରି ଦୁଃଖ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ଟ୍ବିଟର@cmo

ଇଂରାଜୀରେ ଟ୍ବିଟ କରି ନବୀନ ଦର୍ଶାଇଛନ୍ତି ଯେ, ଅରୁଣ ଜେଟଲୀ ଜଣେ ପ୍ରବୀଣ ଆଇନଜ୍ଞ ଥିଲେ । ପାର୍ଲାମେଣ୍ଟରେ ତାଙ୍କ ପ୍ରଦର୍ଶନ ସର୍ବଦା ଚମତ୍କାର ଥାଏ । ତେବେ ତାଙ୍କ ବିୟୋଗ ପରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ଏଭଳି ଏକ ଦୁଃଖଦ ସମୟରେ ସମବେଦନା ଜଣାଇଛନ୍ତି ନବୀନ ।

ABOUT THE AUTHOR

...view details