ଓଡିଶା

odisha

ରମଜାନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରମଜାନରେ ରାଜ୍ୟ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

By

Published : Apr 25, 2020, 1:22 PM IST

Published : Apr 25, 2020, 1:22 PM IST

chief-minister-naveen-patnaik-wishes-ramazan
ରମଜାନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲକଡାଉନ ଅବଧି ଓ କୋରୋନା ଭୟବହତା ମଧ୍ୟରେ ଆଜି(ଶନିବାର)ଠାରୁ ଆରମ୍ଭ ହୋଇଛି ମୁସଲିମଙ୍କ ରମଜାନ ମାସ । ଗତକାଲି ଚାନ୍ଦ ଦେଖିଲା ପରେ ଆଜିଠାରୁ ମୁସଲିମ ସଂପ୍ରଦାୟ ରିତୀନିତି ଅନୁଯାୟୀ ପାଳନ କରୁଛନ୍ତି ପବିତ୍ର ରମଜାନ ମାସ । ତେବେ ରମଜାନରେ ରାଜ୍ୟ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରମଜାନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନବୀନ ଟ୍ବିଟ କରି ଲେଖିଛନ୍ତି, ‘‘ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା । ଏହି ପବିତ୍ର ମାସ ଆମର ଚିନ୍ତାଧାରା ଏବଂ କାର୍ଯ୍ୟକୁ ଶୁଦ୍ଧ କରୁ ଏବଂ ଆମକୁ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟର ଆଶୀର୍ବାଦ ଦେଉ । ମହାମାରୀ କୋଭି-19କୁ ପରାସ୍ତ କରିବାକୁ ଭଗବାନ ଆମକୁ ଶକ୍ତି ଦିଅନ୍ତୁ |’’

ଅନ୍ୟପଟେ ଆଜି ବିଶ୍ବ ମ୍ୟାଲେରିଆ ଦିବସ ହୋଇଥିବାରୁ, ସତେଚନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ତାଙ୍କ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ କରି ଲେଖିଛନ୍ତି, ‘‘ନିରନ୍ତର ପ୍ରୟାସ, ନିରାକରଣ ଏବଂ ଉନ୍ନତମାନର ଚିକିତ୍ସା ଦ୍ବାରା ରାଜ୍ୟରୁ ମ୍ୟାଲେରିଆକୁ ବିଲୋପ କରିଥିବାରୁ ଓଡିଶା ସମଗ୍ର ବିଶ୍ବ ପାଇଁ ଏକ ଆଦର୍ଶ ଭାବରେ ଉଭା ହୋଇଛି | ବିଶ୍ବ ମ୍ୟାଲେରିଆ ଦିବସରେ ରାଜ୍ୟରୁ ବିଷାକ୍ତ ମ୍ୟାଲେରିଆ ମଶାଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ଆମର ପ୍ରୟାସକୁ ଆହୁରି ଜୋରଦାର କରିବା ଆହ୍ବାନ ଦେଉଛି ।’

ବିଶ୍ବ ମ୍ୟାଲେରିଆ ଦିବସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details