ଭୁବନେଶ୍ବର:ଭୁବନେଶ୍ବର ମହାନଗର ନିଗମ ପଦକୁ ମହିଳାଙ୍କ ଲାଗି ସଂରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏହାକୁ ସ୍ବାଗତ କରିଛି ବିଜୁ ଜନତା ଦଳ । ତେବେ ଦଳର ପ୍ରାର୍ଥିନୀ କିଏ ହେବ ସେ ନେଇ ମୁହଁ ଖୋଲିନାହିଁ ଦଳ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ।
ସୁଶାନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି । ପଞ୍ଚାୟତ ହେଉ ଅବା ବିଧାନସଭା କି ଲୋକସଭା ନିର୍ବାଚନରେ ସବୁବେଳେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇ ଆସିଛନ୍ତି । ସେହି ଆଧାରରେ ମେୟର ପଦ ଲାଗି ମହିଳାଙ୍କୁ ଗୁରୁତ୍ବ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ସମୟ ଆସିଲେ ମୁଖ୍ୟମନ୍ତ୍ରୀ ଠିକ ପ୍ରାର୍ଥୀ ଚୟନ କରିବେ । ଯଦି ବିଜେଡି ମେୟର ପ୍ରାର୍ଥୀଙ୍କ କଥା କହିବା । ତେବେ ବର୍ତ୍ତମାନ ମେୟର ଦୌଡରେ 5 ଜଣଙ୍କ ନାଁ ସାମ୍ନାକୁ ଆସୁଛି ।