ଓଡିଶା

odisha

ETV Bharat / city

ଖଣିଜ କ୍ଷେତ୍ରରେ ମୋଦି କ୍ୟାବିନେଟର ସଂସ୍କାର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ - ଖଣିଜ କ୍ଷେତ୍ର

ଖଣିଜ କ୍ଷେତ୍ରରେ ସଂସ୍କାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଲିମିଟେଡ ଓ ଏମଇସିଏଲ ସହ ଏମଓୟୁ ସ୍ବାକ୍ଷର କରାଯାଇଛି । ଅଧିକ ପଢନ୍ତୁ...

ଖଣିଜ କ୍ଷେତ୍ରରେ ମୋଦି କ୍ୟାବିନେଟର ସଂସ୍କାର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଖଣିଜ କ୍ଷେତ୍ରରେ ମୋଦି କ୍ୟାବିନେଟର ସଂସ୍କାର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

By

Published : Jan 14, 2021, 8:49 PM IST

ଭୁବନେଶ୍ବର: ଖଣିଜ କ୍ଷେତ୍ରରେ ସଂସ୍କାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବିଷ୍ୟତରେ ଏହା ବୃହତ ବେସରକାରୀ ବିନିଯୋଗ ପାଇଁ ରାସ୍ତା ପ୍ରଶସ୍ତ କରିବା ସହ ଖଣିଜ କ୍ଷେତ୍ରେରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବ ବୋଲି ଟ୍ବିଟ କରି ଲେଖିଛନ୍ତି ନବୀନ ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ଖଣିଜ ପଦାର୍ଥର ନିଲାମ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଓଡିଶାରେ ଖଣି ଖନନ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ ମଞ୍ଜରୀ, ବନ୍ଦ ଖଣି ଗୁଡ଼ିକର କାର୍ଯ୍ୟକ୍ଷମତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ତେବେ ଓଡିଶା ମିନେରାଲ କର୍ପୋରେସନକୁ 2ଟି ଲୁହାପଥର ଖଣି ବ୍ଲକ ଏବଂ ଓଡିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଲିମିଟେଡକୁ ଗୋଟିଏ ବ୍ଲକ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଓଡିଶାରେ ଲୁହାପଥର ଉତ୍ପାଦନକୁ ତ୍ବରାନ୍ବିତ କରି ରାଜ୍ୟରେ ଅର୍ଥନୀତି ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ବୋଲି ଯୋଶୀ କହିଥିଲେ ।

ଏହାସହ ଓଡିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଲିମିଟେଡ ଓ ଏମଇସିଏଲ ସହ ଏମଓୟୁ ସ୍ବାକ୍ଷର କରାଯାଇଛି । ଏହା ଓଡିଶାରେ ଖଣିଜ ଅନୁସନ୍ଧାନ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ନିୟୋଜନକୁ ସହଜ କରିବ । ପ୍ରକାଶଥାଉକି, ନାଲକୋର 41ତମ ପ୍ରତିଷ୍ଠା ଦିବସରେ ପ୍ରହ୍ଲାଦ ଯୋଶୀ ଗୁରୁବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପ୍ରସାରଣ ଏବଂ ବିବିଧକରଣ ଯୋଜନାରେ ନାଲକୋ 2027-28 ସୁଦ୍ଧା 30,000 କୋଟି ଟଙ୍କା ବିନିଯୋଗ କରିବ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details