ଓଡିଶା

odisha

ETV Bharat / city

ଆବୁଧାବି ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ

10 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ସୋମବାର ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Jun 28, 2022, 8:21 AM IST

ଆବୁଧାବି ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ
ଆବୁଧାବି ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: 10 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ସୋମବାର ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଥମ ଦିନରେ ମାର୍ବଲ କାରୁକାର୍ଯ୍ୟରେ ସଜ୍ଜିତ ସେଖ ଜାୟେଦ ମସଜିଦ ବୁଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କଥା ହେଉଛି ସବୁବେଳେ ଧଳା କୁର୍ତ୍ତା ପିନ୍ଧୁଥିବା ବ୍ୟକ୍ତିଙ୍କୁ ନୀଳ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଛି । ଢେର ଦିନ ପରେ ନବୀନ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି । ମୁଖ୍ୟମନ୍ତ୍ରୀ ମସଜିଦ ପରିଦର୍ଶନ କରୁଥିବାର ଏକ ଭିଡିଓ ତାଙ୍କ ଟ୍ବିଟରେ ସେୟାର କରିଛନ୍ତି ।

ଆବୁଧାବି ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ମସଜିଦର ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ, ସ୍ଥାପତ୍ୟକୁ ପ୍ରଶଂସା କରିଛନ୍ତି ନବୀନ । ଟ୍ବିଟରେ ସେ ଲେଖିଛନ୍ତି, ମସଜିଦରେ ବ୍ୟବହୃତ ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଆବୁଧାବି ଯାଇଥିଲା । କାରିଗର ମଧ୍ୟ ରାଜସ୍ଥାନର ସେଇ ଗାଁରୁ ଆବୁଧାବି ଆସିଥିଲେ । ଶେଷରେ ସେ ଲେଖିଛନ୍ତି ଭାରତର ସ୍ପର୍ଷ ସବୁଠି ଅଛି ।

ପ୍ରକାଶ ଥାଉ କି, ଦୀର୍ଘ ଦଶନ୍ଧି ପରେ ନବୀନ ବିଦେଶ ଗସ୍ତରେ ଅଛନ୍ତି । ପ୍ରଥମେ ଇଟାଲୀର ରୋମ ଓ ପରେ ଦୁବାଇ ଗସ୍ତର କାର୍ଯ୍ୟକ୍ରମ ରହିଛି । ବୁଧବାର ଦୁବାଇରେ ଏକ ନିବେଶକ ସମ୍ମେଳନରେ ଯୋଗ ଦେବେ । ଶେଷ ଥର ପାଇଁ 2012ରେ ମଇ ମାସରେ ସେ ଲଣ୍ଡନ ଗସ୍ତ କରିଥିଲେ । ମାତ୍ର ନବୀନଙ୍କର ଏହି ଗସ୍ତ ଅଧାରେ ରହିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details