ଓଡିଶା

odisha

ETV Bharat / city

O-HUB Inaugurated: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ, ନିଯୁକ୍ତି ହେବେ 10 ହଜାର - ଓ-ହବ ଷ୍ଟାର୍ଟଅପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଷ୍ଟାର୍ଟଅପକୁ ରାଜ୍ୟ ସରକାରଙ୍କ ବୁଷ୍ଟର ଡୋଜ । ଓ-ହବ ଷ୍ଟାର୍ଟଅପ (O-HUB inaugurated) ଓଡିଶା ଇନକ୍ୟୁବେସନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନ୍ଫୋସିଟିରେ ଓ-ହବ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

O-HUB inaugurated
O-HUB inaugurated

By

Published : Dec 18, 2021, 10:33 PM IST

ଭୁବନେଶ୍ବର:ଓଡିଶା ଷ୍ଟାର୍ଟଅପକୁ ରାଜ୍ୟ ସରକାରଙ୍କ ବୁଷ୍ଟର ଡୋଜ । ଓ-ହବ ଷ୍ଟାର୍ଟଅପ (O-HUB inaugurated) ଓଡିଶା ଇନକ୍ୟୁବେସନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନ୍ଫୋସିଟିରେ ଓ-ହବ ଷ୍ଟାର୍ଟଅପ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବ ଉଦ୍ୟୋଗୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ ବହୁତ ଉପାଦେୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

O-HUB inaugurated: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ, ନିଯୁକ୍ତି ହେବେ 10 ହଜାର

ମୁଖ୍ୟମନ୍ତ୍ରୀ କହିଛନ୍ତି , ଷ୍ଟାର୍ଟଅପ କ୍ଷେତ୍ରରେ ଆଗଉଛି ରାଜ୍ୟ। ରାଜ୍ୟ ସରକାର ଘରୋଇ ପୁଞ୍ଜିନିବେଶକାରୀକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଷ୍ଟାର୍ଟଅପ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବାକୁ ଯାଉଛନ୍ତି । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରେନରସିପକୁ ନେଇ ସ୍ବତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ଯୁବଗୋଷ୍ଠୀଙ୍କୁ ଏଣ୍ଟରପ୍ରେନରସିପ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓ-ହବ ଷ୍ଟାର୍ଟଅପ ଓଡିଶା ଇନକ୍ୟୁବେସନ ସେଣ୍ଟରର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2025 ସୁଦ୍ଧା 5 ହଜାର ଷ୍ଟାର୍ଟ-ଅପ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତାହା ପୂରଣ କରିବା ଦିଗରେ ଓ-ହବ ସହାୟକ ହେବ । ଦେଢଲକ୍ଷ ବର୍ଗଫୁଟ ପରିସରରେ ନିର୍ମାଣ ହୋଇଛି ଓ-ହବ ।

O-HUB inaugurated: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ, ନିଯୁକ୍ତି ହେବେ 10 ହଜାର

କୋଠାରେ 93 ଇନକ୍ଟିବେଟରଙ୍କୁ ସ୍ଥାନ ମିଳିବ । ଖୁବଶୀଘ୍ର 200 ଯୁବ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ଦେବା ନେଇ ସରକାର ବ୍ୟବସ୍ଥା କରିବେ । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ ବହୁତ ଉପାଦେୟ ହୋଇପାରିବ । ରାଜ୍ୟରେ ଷ୍ଟାର୍ଟଅପର ଇକୋ ସିଷ୍ଟମ ବାତାବରଣକୁ ଏହା ଅଧିକ କ୍ରିୟାଶୀଳ କରିବ । ଅଧିକ ସଂଖ୍ୟକ ମହିଳା କିପରି ଉଦ୍ୟୋଗୀ ହୋଇପାରିବେ, ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି । ଏଥିରେ 75ଟି ଇ-ସେଲସ କାଉଣ୍ଟର, 93 ଇନକ୍ବ୍ୟୁବେଟର ସହ 10 ହଜାର ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି । ବିଶେଷ କରି କୃଷି, ସ୍ବାସ୍ଥ୍ୟ, ସବୁଜ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟ ଅପ ଉଦ୍ୟୋଗୀଙ୍କ ଆଇଡିଆ ଏଠାରେ ବାସ୍ତବ ରୂପ ନେବ ।

O-HUB inaugurated: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ, ନିଯୁକ୍ତି ହେବେ 10 ହଜାର

ରାଜ୍ୟରେ ଓୟୋ, ଆଇସର୍ଭ ୟୁ ଭଳି ସଂସ୍ଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁନାମ ଆଣିଛନ୍ତି । ଫଣ୍ଡିଂ, ଟେକନିକାଲ ସହାୟତା, ଆବଶ୍ୟକ ଅନୁସାରେ ସହାୟତା ବି ଯୋଗାଇବ ଓ-ହବ । 2016ରେ ରାଜ୍ୟ ସରକାର ଆଣିଥିଲେ ଷ୍ଟାର୍ଟ ଅପ ପଲିସି । ଏହା ଭିତରେ ଅନେକ ଆଗେଇଛି ଷ୍ଟାର୍ଟ ଅପ । ରାଜ୍ୟର ରାଉରକେଲା, ଭୁବନେଶ୍ବର, କଟକରେ ଷ୍ଟାର୍ଟଅପ ଉଦ୍ୟୋଗୀଙ୍କ ସ୍ବତନ୍ତ୍ର ସେଣ୍ଟର କରାଯାଇଛି । ଓ-ହବରେ ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜିରେ ସବୁ ପ୍ରକାର ସୁବିଧା ଷ୍ଟର୍ଟ ଅପ ଉଦ୍ୟୋଗୀଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ।

O-HUB inaugurated: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ, ନିଯୁକ୍ତି ହେବେ 10 ହଜାର

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଷ୍ଟାର୍ଟ ଅପ ଓଡିଶାର କଫି ଟେବୁଲ ବୁକ ଉନ୍ମୋଚନ କରିଛନ୍ତି । କାର୍ଯ୍ୟକ୍ରମରେ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ କରିଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

O-HUB inaugurated: ଷ୍ଟାର୍ଟଅପକୁ ବୁଷ୍ଟର ଡୋଜ, ନିଯୁକ୍ତି ହେବେ 10 ହଜାର

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details