ଓଡିଶା

odisha

ETV Bharat / city

ସରିଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ପନ୍ନ ହୋଇଛି ଚଳିତ ବର୍ଷର ରଥଯାତ୍ରା । କୋରୋନା ସଂକ୍ରମଣ ବି ବେଶ ସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

By

Published : Jul 5, 2020, 11:04 AM IST

ସରିଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସରିଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋରୋନା ସଂକ୍ରମଣ ସତ୍ତ୍ବେ ଶେଷ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । କୋରୋନା କାଳରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ତେବେ ଚଳିତ ବର୍ଷର ରଥଯାତ୍ରା ବେଶ ସୁରୁଖୁରୁରେ ସମ୍ପାଦନା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସରିଲା ରଥଯାତ୍ରା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସେ ଟ୍ବିଟ କରି କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିର ଫେରିଛନ୍ତି । ରଥଯାତ୍ରାରୁ ନିଳାଦ୍ରୀ ବେଜି ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଶେଷରେ ସର୍ବୋପରି ସବୁ ସେଇ ଲୀଳାମୟ । ଜୟ ଜଗନ୍ନାଥ ବୋଲି କହିଛନ୍ତି ନବୀନ ।

ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ବହୁ ଆୟୋଜନ ତଥା ପର୍ବପର୍ବାଣୀ ବାତିଲ କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରା ନେଇ ମଧ୍ୟ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଦେଶରେ ସଂକ୍ରମଣ ବଢୁଥିବାର ଦେଖି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ପ୍ରଥମେ ନ କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ । କିନ୍ତୁ ପରେ କେବଳ ସେବାୟତ ଓ ପୋଲିସ କର୍ମଚାରୀଙ୍କ ଦ୍ବାରା ରଥଯାତ୍ରା ଅନୁଷ୍ଠିତ କରିବାକୁ ଅନୁମତି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଗତକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କୁ ଘେନି ନିଳାଦ୍ରୀ ବିଜେ କରିବା ପରେ ଶେଷ ହୋଇଛି ଚଳିତ ବର୍ଷର ରଥଯାତ୍ରା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details